ସିଂହନାଥ

ମହାନଦୀରେ ଥିବା ଏକ କ୍ଷୁଦ୍ର ଦ୍ଵୀପ ମଧ୍ୟରେ ଏହା ଅବସ୍ଥିତ । ଏହାର ଅଧିଷ୍ଟାତା ଦେବତା ହେଉଛନ୍ତି ଭଗବାନ ଶିବ-ଶମ୍ଭୁନାଥ । ଏହା ବ୍ୟତୀତ ଏହି ଦ୍ଵୀପରେ ରଘୁନାଥ, ଦକ୍ଷିଣକାଳୀ ମନ୍ଦିର ମଧ୍ୟ ରହିଛି । ସିଂହନାଥ ମନ୍ଦିର ବହୁ ପ୍ରାଚୀନ ଓ ବର୍ଷସାରା ଏଠାକୁ ଭକ୍ତମାନଙ୍କର ଯାତାୟତ ଲାଗି ରହିଥାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ- ରାମନାଥ ଏବଂ ବୈଦ୍ୟନାଥ ୩ କି.ମି.,ସ୍ଵପନେଶ୍ଵର ଦେବ (ଶଙ୍ଖମାରି) ୪ କି.ମି.,ଅଂଶୁପା ୩୩ କି.ମି., ଅମଙ୍ଗେଇକୁଦ ୪୯ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୧୧୭ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ : କଟକ-୯୬ କି.ମି.

ସଡ଼କ ପଥରେ

ବଡମ୍ବା ଦେଇ ଗୋପୀନାଥପୁର ପର୍ଯ୍ୟନ୍ତ ୯୫ କି.ମି. ବସ ଯୋଗେ ଯାଇହେବ । ଗୋପୀନାଥପୁରଠାରୁ ଡଙ୍ଗା ଯୋଗେ ୧କି.ମି. ଗଲେ ସିଂହନାଥପୀଠରେ ପହଞ୍ଚି ହେବ ।