ସତ୍ୟଭାମାପୁର
କଟକ ଠାରୁ ୨୦ କି.ମି. ଦୂରରେ ଥିବା ଏହି ଗ୍ରାମରେ ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରେଲ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର ପ୍ରାପ୍ତ ଏବଂ ଆଇନୀରେ ପ୍ରଥମ ସ୍ନାତକ । ମଧୁସୂଦନ ଦାସ ପୂର୍ବ ଭାରତରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିକାଶ ପାଇଁ କଠିନ ପରିଶ୍ରମ କରିଥିଲେ । ଜଣେ ସଫଳ ଆଇନଜ୍ଞ, ସମାଜ ସଂସ୍କାରକ ଓ ଦେଶପ୍ରେମୀ ଭାବରେ ସେ ଜାତି ପାଇଁ ପ୍ରଶଂସନୀୟ ସେବା କରିଥିଲେ । ସେ ଥିଲେ ଜଣେ ଓଡିଆ, ଇଂରାଜୀ ଓ ବଙ୍ଗଳା ଭାଷାରେ କହିପାରୁଥିବା ବିଚକ୍ଷଣ ବକ୍ତା । ସେ ଓଡିଆ ଓ ଇଂରାଜୀ ଭାଷାରେ ବହୁ କବିତା ଓ ପ୍ରବନ୍ଧ ଲେଖି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ଉଦ୍ରେକ କରିଥିଲେ । ତାଙ୍କ ଜୀବନରେ ସମସ୍ତ ସଂଚୟ ସେ ଗରିବ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ କରିଦେଇଥିଲେ । ସେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ ଯାହାକି ଓଡିଶାରେ ସାମାଜିକ ଓ ଶିଳ୍ପ ବିପ୍ଲବ ଆଣିଦେଇଥିଲା । ତାଙ୍କର ଦୃଢ ରାଜନୈତିକ ଆନ୍ଦୋଳନ ଯୋଗୁଁ ସେ ସମଗ୍ର ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିପାରିଥିଲେ, ଯାହାଫଳରେ କି ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ସ୍ଵତନ୍ତ୍ର ଓଡିଶା ଜନ୍ମଲାଭ କରିଥିଲା । ସେହି ଦିବସକୁ ଓଡିଶା ଦିବସ ବା ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ଉତ୍କଳ ଗୌରବ ମଧୁସୂଦନ ଦାସ ୮୫ ବର୍ଷ ବୟସରେ ୧୯୩୪ ମସିହା ଫେବୃୟାରୀ ୪ ତାରିଖ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ରାଜ୍ୟ ଓ ଜାତି ପାଇଁ ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।
ପ୍ରକୃଷ୍ଟ ସମୟ :ବର୍ଷର ସବୁ ସମୟ
ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରରୁ ୬୫ କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ : କଟକ-୩୫ କି.ମି.
ସଡ଼କ ପଥରେ
କଟକରୁ ସତ୍ୟଭାମାପୁର ପର୍ଯ୍ୟନ୍ତ ବସ ସେବା ଉପଲବ୍ଧ ।