ଶ୍ରୀ ଶ୍ରୀ ସ୍ଵପନେଶ୍ଵର ଦେବ

ମହାନଦୀର ଉତ୍ତର ପାର୍ଶ୍ଵରେ ଥିବା ଶଙ୍ଖମେରୀ ସ୍ଥିତ ଶ୍ରୀ ଶ୍ରୀ ସ୍ଵପନେଶ୍ଵର ଦେବ ,୧୬୯୦ ରୁ ୧୭୩୪ ଖ୍ରୀଷ୍ଟାଦ୍ଦ ମଧ୍ୟରେ ବଡମ୍ବା ଗଡଜାତ ରାଜା ବଳଭଦ୍ର ମଙ୍ଗରାଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ଗ୍ରାମ ମଧ୍ୟ ବଡମ୍ବା ଗଡଜାତର ପ୍ରଥମ ଗ୍ରାମ ଏବଂ ଏହା ବଡମ୍ବା ଗଡଜାତର ପ୍ରଥମ ରାଜା ହଟ୍ଟକିଶୋରଙ୍କ ଦ୍ଵାରା ୧୩୦୫ ଖ୍ରୀଷ୍ଟାଦ୍ଦ ବେଳକୁ ସ୍ଥାପିତ ହୋଇଥିଲା । ଏହି ମନ୍ଦିରର ପ୍ରମୁଖ ଆକର୍ଷଣ ହେଲା, ସର୍ପ କାମୁଡା ରୋଗୀମାନେ ଏଠାରେ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କଲେ ଓ ଅଧିଆ ପଡିଲେ ତାହା ଭଲ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ରାମନାଥ ଏବଂ ବୈଦ୍ୟନାଥ – ୩ କି.ମି.,ସିଂହନାଥ -୪ କି.ମି. , ଭଟ୍ଟାରିକା-୮ କି.ମି., ଅଂଶୁପା – ୩୩ କି.ମି.,ଅମଙ୍ଗେଇକୁଦ -୪୯ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୧୧୭ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ : କଟକ-୮୭ କି.ମି.

ସଡ଼କ ପଥରେ

କଟକରୁ ବଡମ୍ବା-୮୧ କି.ମି. ଏବଂ ବଡମ୍ବାରୁ ଶଙ୍ଖମାରୀ-୬ କି.ମି. ଅଟୋ ଭଡା କରି ଯାଇହୁଏ ।