ବନ୍ଦ କରନ୍ତୁ

ଶ୍ରୀ ଶ୍ରୀ ରାମନାଥ ଦେବ - ବୈଦ୍ୟନାଥ ଦେବ

ଶ୍ରେଣୀ ଧାର୍ମିକ

ବାଙ୍କୀ ବ୍ଲକରେ ଥିବା ଶ୍ରୀ ଶ୍ରୀ ରାମନାଥ ଦେବ – ବୈଦ୍ୟନାଥ ଦେବଙ୍କ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର । ମହାନଦୀ ତଟରେ ଅବସ୍ଥିତ ଏହି ମନ୍ଦିର ୧୪୬୦ ଖ୍ରୀଷ୍ଟାଦ୍ଦରେ ଡାହାଳିଆ ରାଜାଙ୍କ ଦ୍ଵାରା ନିର୍ମିତ । କିନ୍ତୁ ପ୍ରବାଦ ଅଛିଯେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଦେବୀ ସୀତା ଭଗବାନ ଶିବଙ୍କୁ ତାଙ୍କର ବନବାସ ସମୟରେ ଏହି ସ୍ଥାନରେ ପୂଜା କରିଥିଲେ । ତେଣୁ ଉଭୟ ମନ୍ଦିର ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ଅନୁସାରେ ନାମିତ ହୋଇଛି । ରାମନାଥ ମନ୍ଦିର ପର୍ବତର ଶିଖରେ ଅବସ୍ଥିତ ଥିବା ବେଳେ ବୈଦ୍ୟନାଥ ଦେବ ମନ୍ଦିର ହାତିଆ ପାହାଡର ପାଦ ଦେଶରେ ଅବସ୍ଥିତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଚର୍ଚ୍ଚିକା ମନ୍ଦିର ବାଙ୍କୀ – ୨୦ କି.ମି.,ସିଂହନାଥ -୨ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର-ଖୋର୍ଦ୍ଧା ମଧ୍ୟ ଦେଇ ୭୫ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ : କଟକ-୭୨ କି.ମି.

ସଡ଼କ ପଥରେ

କଟକରୁ ବୈଦ୍ୟଶ୍ଵର ପର୍ଯ୍ୟନ୍ତ ୭୦ କି.ମି. ବସ ସେବା ଉପଲବ୍ଧ ଏବଂ ଅବଶିଷ୍ଟ ୨ କି.ମି. ଅଟୋ ଭଡାକରି ଯିବାକୁ ହୋଇଥାଏ ।