ବନ୍ଦ କରନ୍ତୁ

ମା ଧାକୁଲେଇ ପୀଠ, ପ୍ରତାପ ନଗରୀ

ବର୍ଷସାରା ଜଳ ପ୍ରବାହିତ ହେଉଥିବା, ପୁରୀ ମୁଖ୍ୟ କେନାଲ ଓ କୁଆଖାଇ ନଦୀର ପାର୍ଶ୍ଵରେ ଥିବା ମା ଧାକୁଲେଇ ପୀଠ ହେଉଛି ଏକ ସୁନ୍ଦର, ଦର୍ଶନୀୟ ଓ ଧାର୍ମିକ ସ୍ଥଳ । ଏହି ମନ୍ଦିରକୁ ଲାଗି ଏକ ସୁନ୍ଦର ଜୈନ ସଂଗ୍ରହାଳୟ ରହିଛି ,  ଯାହାକି ବହୁ ବର୍ଷ ପୂର୍ବେ ଜୈନ ଶ୍ରଦ୍ଧାଳୁମାନେ ନିର୍ମାଣ କରିଥିବାର ଜଣାଯାଏ । ଏହି ସ୍ଥାନ ଦୋଲ ପୂର୍ଣ୍ଣିମାରେ ବାଣଫୁଟା ପାଇଁ ପ୍ରସିଦ୍ଧ ।

ପ୍ରକୃଷ୍ଟ ସମୟ: ଅକ୍ଟୋବରରୁ ମାର୍ଚ୍ଚ ମାସ

ଯୋଗାଯୋଗ:ପର୍ଯ୍ୟଟନ ଅଧିକାରୀ
ଦୃରଭାଷ:୦୬୭୧-୨୩୦୫୨୨୫
ଇମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନବନ୍ଦର - ଭୁବନେଶ୍ଵର-୩୮ କି.ମି

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ କଟକ - ୭ କି.ମି

ସଡ଼କ ପଥରେ

କଟକରୁ ନିୟମିତ ବସ ଓ ଅଟୋ ସେବା ଉପଲବ୍ଧ ।