ବନ୍ଦ କରନ୍ତୁ

ମଣିନାଗ ଗୁମ୍ଫା-ଜାଳୁକା ପର୍ବତ

ଜାଳୁକା ପର୍ବତ ଗୌରବୋଜ୍ଜଳ ହିନ୍ଦୁ ସଂସ୍କୃତିର ଅତୀତ ସ୍ମୃତିକୁ ବହନ କରୁଥିବା ସଙ୍ଗେ ସଙ୍ଗେ  ଧାର୍ମିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ମଧ୍ୟରେ ଏହାର ପ୍ରଭୁତ୍ଵ ରହିଆସିଥିବା ଜାହିର କରିଥାଏ । ଏହି ସ୍ଥାନ ବିରୂପା ନଦୀର ପଶ୍ଚିମ ପାର୍ଶ୍ଵ ତଥା ସନ୍ଥ ମଣ୍ଡୁକାଙ୍କ ନାମରେ ନାମିତ ପ୍ରସିଦ୍ଧ ମଣ୍ଡୁକା ପର୍ବତର ପୂର୍ବ ପାର୍ଶ୍ଵ ଅବସ୍ଥିତ । ଏହି ସ୍ଥଳକୁ ୬ ଗୋଟି ପାହାଡ ଘେରି ରହିଛି । ୩ କି.ମି. ଦୈର୍ଘ୍ୟ ଓ ଅଧ କି.ମି. ପ୍ରସ୍ଥ ବ୍ୟାପି ରହିଥିବା ଏହି ପର୍ବତ ପ୍ରସିଦ୍ଧ ମଣିନାଗ ଗୁମ୍ଫା ଓ ଅନ୍ୟ ପବିତ୍ର ସ୍ଥାନ ସମୂହକୁ ଆଲିଙ୍ଗନ କରୁଛି । ଏହି ସବୁ ନିର୍ଦ୍ଦିଷ୍ଟ କେତେକ ସ୍ଥାନର ଅବସ୍ଥିତି ଯୋଗୁଁ ପର୍ବତର ଧାର୍ମିକ ଓ ପୌରଣିକ ଗୁରୁତ୍ଵ ରହିଛି ।

ପ୍ରକୃଷ୍ଟ ସମୟ :ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ସପନପୁର-୨୮ କି.ମି., ଡମଡମଣି-୪୫ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୫୨ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ କଟକ-୨୮ କି.ମି.

ସଡ଼କ ପଥରେ

ଯଦିଓ କଟକରୁ ଟାଙ୍ଗୀ ୧୭ କି.ମି. ପର୍ଯ୍ୟନ୍ତ ବସ ସେବା ଉପଲବଧ, ତେବେ ମଣିନାଗ ଗୁମ୍ଫା ପର୍ଯ୍ୟନ୍ତ ୨୮ କି.ମି. ଟାକ୍ସିରେ ଯାତ୍ରା କରିବା ଉପଦେଶ ଯୋଗ୍ୟ ।