ବନ୍ଦ କରନ୍ତୁ

ପ୍ରଗଳା ପୀଠ

ଏହି ସ୍ଥାନ ଏହାର ଅଧିଷ୍ଟାତ୍ରୀ ଦେବୀ ‘ମା’ ପ୍ରଗଳାଙ୍କ ପାଇଁ ପ୍ରସିଦ୍ଧ , ଯିଏ କି ନରସିଂହପୁର ରାଜ ପରିବାର ମୁଖ୍ୟଙ୍କ ପାରିବାରିକ ଠାକୁରାଣୀ ଥିଲେ । ପ୍ରବାଦ ଅଛି ଯେ, ପ୍ରଗଳା ହେଉଛନ୍ତି ରାଜା ଧରମ ସିଂହଙ୍କର ଝିଅ , ଯିଏ ତାଙ୍କ ବାପାଙ୍କର ଜୀବନକୁ ଅନୁଗୋଳ ରାଜାଙ୍କର ଆକ୍ରମଣରୁ ରକ୍ଷା କରିଥିଲେ । ଏଠାରେ ଦେବୀ ଖଡଗ ରୂପରେ ପୂଜା ପାଉଛନ୍ତି । ମୁଖ୍ୟତ ଶୀତ ଦିନେ ଏଠାରେ ମଧ୍ୟ ବଣ ଭୋଜି କରାଯାଇଥାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ସାତକୋଶିଆ -୧୧ କି.ମି., ଭଟ୍ଟାରିକା- ୩୦ କି.ମି.,ସିଂହନାଥ – ୪୬ କି.ମି.,ଶଙ୍ଖମାରୀ- ୪୬ କି.ମି.

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରର ୧୫୧ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ - କଟକ -୧୨୧ କି.ମି.

ସଡ଼କ ପଥରେ

କଟକରୁ ନରସିଂହପୁର ୧୧୦ କି.ମି. ଏବଂ ସେଠାରୁ ପ୍ରଗଳା ପୀଠ ୧୧ କି.ମି. ଅଟୋ ଭଡା କରି ଯିବାକୁ ହୋଇଥାଏ ।