ଧବଳେଶ୍ଵର
ମହାନଦୀରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦ୍ଵୀପରେ ଥିବା ଏହି ସ୍ଥାନ ଅଧିଷ୍ଟାତା ଦେବ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵର (ଶିବ)ଙ୍କ ନାମରେ ନାମିତ । ଏଠାରେ କୁଳୁକୁଳୁ ଶଦ୍ଦ କରି ବହି ଯାଉଥିବା ମହାନଦୀ ପାଣି ନୌକା ବିହାର ପାଇଁ ବହୁ ସୁଯୋଗ ଆଣିଦେଇଥାଏ । ଏଠାରେ ଏକ ଝୁଲା ପୋଲ ରହିଛି, ଯାହାକି ଉତ୍ତର ପାର୍ଶ୍ଵରୁ ମଞ୍ଚେଶ୍ଵରକୁ ସଂଯୋଗ କରୁଛି ।
ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ
ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ନରାଜ (୧୨ କି.ମି),ଚୌଦ୍ୱାର-୧୫ କି.ମି,କଟକ-୨୪ କି.ମି ।
ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର- ୫୪କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୨୪ କି.ମି. ।
ସଡ଼କ ପଥରେ
କଟକରୁ ଚୌଦ୍ଵାର ଦେଇ ମଞ୍ଚେଶ୍ଵର ୩୦ କି.ମି. ଟ୍ୟାକ୍ସି ବା ଅଟୋ ଯୋଗେ ଯାତ୍ରା କରିବାକୁ ହୋଇଥାଏ । କଟକ ସହରର ଉତ୍ତର ପଟୁ ନୌକରେ ମହାନଦୀ ଦେଇ ସିଧାସଳଖ ଧବଳେଶ୍ଵର ପୀଠରେ ପହଁଚି ହୁଏ ।