ବନ୍ଦ କରନ୍ତୁ

କଟକ ସହର

ହଜାର ବର୍ଷରୁ ଉର୍ଦ୍ଧ୍ଵ ଏହି ସହର ଭାରତର ସବୁଠାରୁ ପୁରାତନ ସହରଗୁଡିକ ମଧ୍ୟରେ ଅନ୍ୟତମ । ଏହି ସହର ଅନଙ୍ଗ ଭୀମଦେବ -୩ୟଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଏବଂ ଓଡିଶାର ପୂର୍ବତନ ରାଜଧାନୀ ଥିଲା । ସହରକୁ ଘେରି ରହିଥିବା ଉତ୍ତର ଓ ପୂର୍ବରେ ମହାନଦୀ ଏବଂ କାଠଯୋଡି ନଦୀ ପୂର୍ବକାଳରେ ରାଜମାନଙ୍କ ପାଇଁ ସୁରକ୍ଷା କବଚ ସଦୃଶ ହୋଇଥିଲା । ଏକାଦଶ ଶତାବ୍ଦୀରେ ନିର୍ମିତ କାଠଯୋଡି ପଥର ବନ୍ଧ,ବାରବାଟୀ ଦୁର୍ଗର ଧ୍ଵଂସାବଶେଷ ,ଅଧିଷ୍ଟାତ୍ରୀ ଦେବୀ କଟକ ଚଣ୍ଡୀ,କଦମ-ଇ-ରସୁଲ,ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ,  ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଏବଂ କେତେକ ପୁରାତନ ଗୀର୍ଜା ସହରର ପ୍ରମୁଖ ଆକର୍ଷଣ କଟକର ସୂକ୍ଷ୍ମ ତାରକସି କାରୁକାର୍ଯ୍ୟ ଦେଶରେ ଶ୍ରେଷ୍ଠ ବିବେଚିତ ପାଇଁ ଏହି ସହର ରୌପ୍ୟ ନଗରୀ ଭାବେ ପରିଚିତ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ନରାଜ (୧୫ କି.ମି),ଧବଳେଶ୍ଵର-୨୪ କି.ମି,ଚୌଦ୍ୱାର-୧୫ କି.ମି,ପରମହଂସ- ୧୫ କି.ମି ।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର - ୩୦କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ ।

ସଡ଼କ ପଥରେ

ଭୁବନେଶ୍ଵରରୁ ୧୬ ନମ୍ବର ଜାତୀୟ ରାଜପଥରେ ଏହା ହେଉଛି ୨୫ କି.ମି।