ବନ୍ଦ କରନ୍ତୁ

ଉମର ସ୍ଥିତ ବଳଦେବ ଜୀଉ ଓ ହନୁମାନ ଜୀଉ ମନ୍ଦିର

ଏହି ପ୍ରାଚୀନ ମନ୍ଦିରରେ ଅଧିଷ୍ଟାତା ଦେବାଦେବୀ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରାଙ୍କ ସହିତ ପ୍ରଭୁ ହନୁମାନ ମଧ୍ୟ ପୂଜା ପାଉଛନ୍ତି। ଓଡିଶା ପ୍ରାଚୀନ କୀର୍ତ୍ତରାଜି ସଂରକ୍ଷଣ ଆଇନ ଅନୁସାରେ ଏହା ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ସଂରକ୍ଷିତ । ଏଠାକାର ପ୍ରସିଦ୍ଧ ରଥଯାତ୍ରା ପୂର୍ବତନ ଶାସକମାନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ପାରମ୍ପରିକ ପ୍ରଥା ଅନୁସାରେ ଅନୁଷ୍ଠିତ ହୋଇଆସୁଛି । ହନୁମାନ ଜୟନ୍ତୀ, ରାମଳୀଳା, ଅଷ୍ଟ ପ୍ରହରୀ, ଦୋଳପୂର୍ଣ୍ଣିମା ଓ ବସନ୍ତ ପଞ୍ଚମୀ ଆଦି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଏଠାରେ ମଧ୍ୟ ପାଳିତ ହୋଇଥାଏ ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ଯୋଗାଯୋଗ:ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵରରୁ - ୬୬ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନଗୁଡିକ ହେଉଛି କଟକ - ୪ ୦ କି.ମି ଏବଂ ଭୁବନେଶ୍ଵର ୬୦ କି.ମି.

ସଡ଼କ ପଥରେ

କଟକରୁ ନିଶ୍ଚିନ୍ତକୋଇଲିକୁ ନିୟମିତ ବସ ସେବା ଉପଲବ୍ଧ । ନିଶ୍ଚିନ୍ତକୋଇଲିଠାରୁ ଅଟୋ ଭଡାକରି ଉମର ପର୍ଯ୍ୟନ୍ତ ୬ କି.ମି. ରାସ୍ତା ଯାଇହୁଏ । କଟକରୁ ୪୦ କି.ମି. ।