ବନ୍ଦ କରନ୍ତୁ

କଳା, ସଂସ୍କୃତି ଏବଂ ଐତିହ୍ୟ

କଳା

ରଙ୍ଗମଞ୍ଚ:

କଟକସ୍ଥିତ କ୍ୟାଥୋଲିକ୍ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ୧୮୭୨ ମସିହାରେ ଏକ ଇଂରାଜୀ ନାଟକର ପରିବେଷଣ କରାଯାଇଥିଲା ଯେଉଁଥିରୁ ଓଡିଆ ରଙ୍ଗମଞ୍ଚର ଆବିର୍ଭାବ ହୋଇ ପାରିଥିଲା |

୧୮୭୫ ମସିହାରେ ଜଗ ମୋହନ ଲାଲା, ମାହାଙ୍ଗା ,କଟକ ଙ୍କର ଦ୍ୱାରା ସ୍ଥାୟୀ ମଞ୍ଚ ଗଢା ହେବା ଦ୍ୱାରା ସମଗ୍ର ଓଡିଶାରେ ରଙ୍ଗମଞ୍ଚ (ଥିଏଟର) ଚାଲିବାକୁ ଆରମ୍ଭ ହେଲା । ଦୁଇଟି ପେସାଗତ ରଙ୍ଗମଞ୍ଚ ପ୍ରଥମେ କଟକରେ ଗଢିଉଠିଥିଲା । କାଳୀ ଚରଣ ପଟ୍ଟନାୟକ, ଜଣେ ବିଶିଷ୍ଟ ନାଟ୍ୟକାର ୧୯୪୨ ମସିହାରେ ବାଙ୍କ ବଜାରରେ ଓଡିଶା ରଙ୍ଗମଞ୍ଚର ନେତୃତ୍ୱ ନେଇଥିଲେ । ତା’ପରେ ସୋମନାଥ ଦାସଙ୍କ ମାଲିକାନାରେ ଥିବା ସଙ୍ଗୀତ ନାଟକ ଗୋଷ୍ଠୀ ଦ୍ଵାରା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ-“ବି”ର ଆବିର୍ଭାବ ହୋଇଥିଲା |

ସମୟ ଅନୁସାରେ `୧୯୫୧ ମସିହାରେ କଟକରେ ଅଳ୍ପ ସମୟ ପାଇଁ ରୁପଶ୍ରୀ ରଙ୍ଗମଞ୍ଚ ଆରମ୍ଭ ହୋଇଥିଲା ଏବଂ ପରେ ପରେ ଜନତା ରଙ୍ଗମଞ୍ଚ ଏବଂ କଳାଶ୍ରୀ ରଙ୍ଗମଞ୍ଚ ଆରମ୍ଭ ହୋଇଥିଲା । ଏତେ ସଂଖ୍ୟକ ସ୍ଥାୟୀ ରଙ୍ଗମଞ୍ଚ ଗୋଷ୍ଠୀର ଆବିର୍ଭାବ ସହିତ, ଦୈନିକ ନାଟକ ପରିବେଷଣ ସମ୍ଭବପର ହୋଇ ପାରୁଥିଲା , ଯେଉଁଥି ପାଇଁ କଟକ ଜିଲ୍ଲା ସମଗ୍ର ଭାରତରେ ସ୍ୱତନ୍ତ୍ର |

ଯାତ୍ରା:

ଓଡ଼ିଆ ରଙ୍ଗମଞ୍ଚ ଦାବି କରିଆସୁଛି ଯେ ଏହା ସାମୟିକ ଯାତ୍ରାର ପୂର୍ବଜ। ଯାତ୍ରା ହେଉଛି ସମ୍ପୂର୍ଣ୍ଣ ଅଭିନୟ ଏବଂ ସଙ୍ଗୀତ, ନାଚ, ଗୀତ ଏବଂ ନାଟକୀୟ ସଂଘର୍ଷ କୁ ନେଇ ପରିବେଷଣ କରିବା ପରେ ଏହା ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତିଙ୍କ ଦ୍ଵାରା କଟକରେ ଲୋକପ୍ରିୟତା ହାସଲ କରିପାରିଥିଲା। ଯାତ୍ରା ପରେ ଅପେରା ନାମରେ ନାମିତ ହୋଇଛି। କଟକରୁ କିଛି ଅପେରା ଦଳ ଗଢି ଉଠିଛି।

ସିନେମା:

ଗତ ଶତାବ୍ଦୀର ତିରିଶି ଦଶକରୁ ଆଜି ପର୍ଯ୍ୟନ୍ତ ଓଡିଆ ସିନେମା ହେଉଛି ଚଳଚ୍ଚିତ୍ର ମାଧ୍ୟମରେ ଏହାର ସାମାଜିକ-ସାଂସ୍କୃତିକ ଐତିହ୍ୟକୁ ପୁନରୁଦ୍ଧାର କରିବାରେ ଏକ ଆଞ୍ଚଳିକ ଦୌଡ଼ ପରୀକ୍ଷଣର ଗାଥା |

ମୁଖ୍ୟତଃ ଏହି ମନୋରଞ୍ଜନକୁ ସିନେମା ଉତ୍ପାଦନ, ସଂଗୀତ ସହିତ ସର୍ବାଧିକ ସିନେମା ଉତ୍ପନ୍ନ କରି କଟକ ଆଗେଇ ନେଉଛି । ଓଡିଆ ସିନେମାର ପ୍ରାଥମିକତା ହେଉଛି ଏହା ଓଡିଶାର ଲୋକଙ୍କ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଜୀବନକୁ ପ୍ରତିଫଳିତ କରିଥାଏ।

ଚିତ୍ର କଳା:

ସ୍କେଚ୍ ଏବଂ ପେଣ୍ଟ୍ କଳାକାରମାନେ କଟକ ଜିଲ୍ଲାର କୋଣ ଅନୁକୋଣରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି | ଅଙ୍ଗାର ପେନ୍ସିଲ୍ ସ୍କେଚ୍ ଚିତ୍ର କଳାକାର, ତୈଳ ରଙ୍ଗର ଚିତ୍ର କଳାକାରମାନେ ସେହି ରୂପରେ କଳା ଦେଖାଇବାକୁ ସର୍ବଦା ଚାହିଦା ରଖନ୍ତି ଏବଂ ବଡ଼ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମଂତ୍ରିତ ହୋଇଥାନ୍ତି |

ନୃତ୍ୟ:

ଲୋକ ନୃତ୍ୟ କଟକରୁ ଉତ୍ପନ୍ନ | ଲୋକ ନୃତ୍ୟ,ସଙ୍ଗୀତ ସହିତ ଓଡ଼ିଶାର ସଂସ୍କୃତି କଟକ ଠାରେ ଆରମ୍ଭ ହୋଇଥିଲା |

କଟକର ମହତ୍ତ୍ବପୂର୍ଣ୍ଣ ପ୍ରସିଦ୍ଧ ଲୋକ ନୃତ୍ୟ

ଚୈତ୍ର ମାସରେ ଘୋଡା ନୃତ୍ୟ – ଏହି ଲୋକ ନୃତ୍ୟର ପର୍ବ କୈବର୍ତ୍ତ(ମତ୍ସ୍ୟଜୀବୀ)ମାନଙ୍କ ଦ୍ଵାରା ଚୈତ୍ର ମାସରେ ବୈଶାଖ ପୂର୍ଣିମା ପର୍ଯ୍ୟନ୍ତ ଘୋଡା ମୁଖା ମୁଣ୍ଡରେ ଧାରଣ କରି ଜାତିର ଦେବତା ଭାସୁଲି ଦେବୀଙ୍କ ସମ୍ମାନାର୍ଥେ ପାଳନ କରି ଥାନ୍ତି ।

ଘଣ୍ଟ ପାଟୁଆ – ଦୁଇରୁ ତିନି ଜଣ ନୃତ୍ୟଶିଳ୍ପୀଙ୍କ ସହ ଗୋଷ୍ଠୀ ସ୍ଥାପନ କରି ମା ସାରଳା , ହିଙ୍ଗୁଳା, ଚର୍ଚ୍ଚିକା, ଭଗବତୀ, ଚଣ୍ଡୀ ମାତା ଦେବୀଙ୍କୁ ପୂଜା କରିବା ପାଇଁ ଏହା କରାଯାଇଥାଏ। । ଅଣ ବ୍ରାହ୍ମଣ ସେବକମାନେ ଦେବୀଙ୍କର ଆଶୀର୍ବାଦ ପାଇବା ପାଇଁ ପ୍ରଦର୍ଶନ କରନ୍ତି |

ମେଢ ନାଚ – ସାଧାରଣତଃ ଦଶହରା, କାଳୀପୂଜା, ରାମ ନବମୀ, ହୋଲି ଏବଂ ସାହି ଯାତ୍ରା ସମୟରେ ମୁଖା ପିନ୍ଧି ଏହି ନୃତ୍ୟକୁ ପ୍ରଦର୍ଶନ କରାଯାଏ |

କଣ୍ଡେଇ ନାଚ – ଏହି ନାଚ ସାଧାରଣତଃ କଣ୍ଡେଇ ନାଟ କିମ୍ବା ସଖୀ ନାଟ ଭାବରେ କଟକରେ ପରିଚିତ | ଏହି କଣ୍ଡେଇ ନାଟ ନୃତ୍ୟ, ନାଟକ ଏବଂ ଗୀତର ଏକ ସମୀଶ୍ରଣ ଅଟେ | ଏଗୁଡିକ ହାତକଣ୍ଡେଇ , ତାର କଣ୍ଡେଇ ଏବଂ ବାଡ଼ି କଣ୍ଡେଇରେ ବିଭକ୍ତ |

ବଡମ୍ବାର ଢଣ କୋଇଲା ନାଚ , ରାମଲିଳା, କୃଷ୍ଣଲିଳା, ରଣପା (ବାଉଁଶ ନୃତ୍ୟ), କେଳା କେଳୁଣୀ , ଲଉଡି, ଯୋଡି ନାଗରା ଈତ୍ୟାଦି ନାଚର ପ୍ରଦର୍ଶନ ଅନେକ ସମୟରେ କଟକରେ ବିଭିନ୍ନ ପରମ୍ପରାରେ ଦେଖାଯାଏ |

ଏହା ବ୍ୟତୀତ, ପାଲା , ଦାସକାଠିଆ, କେନ୍ଦରା , ହାଲିଆ ଇତ୍ୟାଦି ବିଭିନ୍ନ ଗୀତ ହେଉଛି କଟକ ର ମୁଖ୍ୟ ଲୋକ କଳା |

କଳା ବିକାଶ କେନ୍ଦ୍ର :

ସଙ୍ଗୀତ, ନୃତ୍ୟ ଏବଂ ନାଟକୀୟ କଳାକୁ ପ୍ରୋତ୍ସାହିତ କରିବା ପାଇଁ କଟକରେ କଳା ବିକାଶ କେନ୍ଦ୍ର ବାବୁଲାଲ ଦୋସୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଓଡିଶୀ ସଂଗୀତ ଏବଂ ନୃତ୍ୟ ଏକ ପ୍ରତିଷ୍ଠିତ ଢଙ୍ଗରେ ପରିବେଷଣ କରାଯାଉଥିଲା |

ସଂସ୍କୃତି ଏବଂ ଐତିହ୍ୟ

“କଟକ” ଶବ୍ଦର ସୃଷ୍ଟି ସଂପର୍କରେ ବୁଝାଯାଏ ଯେ ଏହା ଏକ ସେନା ଛାଉଣୀ ତଥା ସହରର ରାଜଧାନୀ ଥିଲା । କଟକ ଜିଲ୍ଲାର ନାମ ଏହି “କଟକ” ନାମରୁ ସୃଷ୍ଟି ହେବାର ଯଥାର୍ଥତା ପ୍ରତିପାଦନ କରିଛି । କଟକ ସହର ସେନା ଛାଉଣୀରୁ ଆରମ୍ଭ ହୋଇ ଏହାର ଅବସ୍ଥିତି ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ରାଜ୍ୟର ରାଜଧାନୀ ହୋଇପାରିଥିଲା । ଅନଙ୍ଗ ଭୀମଦେବ-୩ୟଙ୍କ ସମୟର ଲିପିକୁ ଅନୁକରଣ କଲେ ଜଣାଯାଏ ଯେ ଏହି ସହରର ମୂଳ ନାମ ଅଭିନବ-ବାରାଣାସୀ-କଟକ ନାମେ ଅଭିହିତ ଥିଲା । ଦେଶର ବାରାଣାସୀ ସହର ଯାହାକି ବାରୁଣା ଏବଂ ଅସି ମଧ୍ୟରେ ଅବସ୍ଥିତ ହେବା ପରି , କଟକ ସହର ମହାନଦୀ ଓ କାଠଯୋଡି ନଦୀ ମଧ୍ୟରେ ଅବସ୍ଥିତ (ଏହା ନୂତନ ଧରଣର ବାରାଣାସୀ ନାମରେ ଅଭିହିତ )।

କଟକ ସହର ପ୍ରଥମେ ଥିବା ମୂଳ ୫ ଟି ଗ୍ରାମ ଯଥା ଚୌଦ୍ଵାର-କଟକ, ବାରାନାସୀ-କଟକ, ସାରଙ୍ଗଗଡ଼-କଟକ, ବିରାଜ-କଟକ ଏବଂ ଅମରାବତୀ-କଟକରୁ ସୃଷ୍ଟି ହୋଇଛି । କଟକ ଉଭୟ ସ୍ଥଳ ପଥ ଏବଂ ଜଳ ପଥରେ ସଂଯୋଗୀକୃତ । ପ୍ରାଚୀନ ଯୁଗରୁ ମଧ୍ୟଯୁଗୀୟ ପ୍ରସିଦ୍ଧ ବନ୍ଦର ଚେଳିତୋଳ,ପାଲୁର ଏବଂ ତାମ୍ରଲିପ୍ତି କଟକ ସହର ସହିତ ସଂଯୋଗୀକୃତ ଥିଲା ।

ଅଷ୍ଟାଦଶ ଶତାଦ୍ଦୀର ପୂର୍ବରୁ ଯଦିଓ କଟକ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ନଥିଲା, କିନ୍ତୁ ପ୍ରାଚ୍ୟ ବାଣିଜ୍ୟିକ ପରମ୍ପରା ଏଠାରେ ସମୃଦ୍ଧି ଲାଭ କରିଥିଲା । ତେବେ କଟକ, ଦଶମ ଶତାଦ୍ଦୀର ଶେଷ ଭାଗ ସୋମ ବଂଶୀୟ ରାଜାଙ୍କ ସମୟରୁ ଓଡ଼ିଶାର ରାଜଧାନୀ ଭାବେ ପରିପ୍ରକାଶ କରିଥିଲା । ଦ୍ଵାଦଶ ଶତାଦ୍ଦୀରେ ଚୋଡ଼ଗଙ୍ଗ ଦେବଙ୍କ ଶାସନ ସମୟରୁ କଟକର ଗୁରୁତ୍ଵ ଅଧିକ ବୃଦ୍ଧି ପାଇଲା । ଚୋଡ଼ଗଙ୍ଗ ଦେବ ତାଙ୍କର ରାଜଧାନୀ କଳିଙ୍ଗନଗରରୁ କଟକକୁ ସ୍ଥାନାନ୍ତରଣ କରିଥିଲେ, ଯାହାକି ତାଙ୍କ ଶାସନର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିଲା । ଗଙ୍ଗ ବଂଶୀୟ ରାଜା ଅନଙ୍ଗ ଭୀମ ଦେବ ୩ୟଙ୍କ ସମୟରେ ୧୨୨୯ ଖ୍ରୀଷ୍ଟାଦ୍ଦରେ ପ୍ରସିଦ୍ଧ ବାରବାଟୀ ଦୁର୍ଗ ନିର୍ମିତ ହୋଇଥିଲା । ଗଙ୍ଗ ବଂଶୀୟ ରାଜାଙ୍କ ପରେ ଓଡିଶା ଗଜପତିଙ୍କ ଶାସନାଧିନ ହେଲା ଯାହାଙ୍କ ଅଧିନରେ ମଧ୍ୟ କଟକ ରାଜଧାନୀ ଭାବେ ରହିଆସିଥିଲା । ଆଇନ-ଇ-ଆକବରୀରେ ସ୍ପଷ୍ଟ ଭାବରେ ଉଲ୍ଲିଖିତ ଅଛି ଯେ, ମୁକୁନ୍ଦ ଦେବଙ୍କ ସମୟରେ କଟକ ରାଜ୍ୟର ସମୃଦ୍ଧ ରାଜଧାନୀ ଥିଲା । ଆଫଗାନମାନଙ୍କ ଆକ୍ରମଣ ପରିପ୍ରେକ୍ଷୀରେ ମୁକୁନ୍ଦ ଦେବଙ୍କ ସମୟରେ କଟକ ଦୁର୍ଗ ଦ୍ଵାରା ସୁରକ୍ଷିତ ରାଜଧାନୀ ରହିଥିଲା । ଆଫଗାନଙ୍କ ପରେ ମୋଗଲ ଶାସକମାନେ କଟକକୁ ସେମାନଙ୍କର ରାଜଧାନୀ କରିଥିଲେ ଏବଂ ଆବୁଲ ଫାଜଲ ସ୍ପଷ୍ଟ ଭାବରେ ଉଲ୍ଲିଖିତ କରିଛନ୍ତି ଯେ , ମୋଗଲ ରାଜ୍ୟପାଳମାନେ ଏହି ସହରରେ ରହୁଥିଲେ ।

ମରହଟ୍ଟାମାନଙ୍କ ଶାସନ ସମୟରେ କଟକ ସହର ବାଣିଜ୍ୟ ଓ ବ୍ୟବସାୟରେ ସମୃଦ୍ଧି ଘଟିଥିଲା ଏବଂ ନାଗପୁରର ମରହଟ୍ଟା, ବଙ୍ଗଳା ଏବଂ ଉତ୍ତର ସୀମାରେ ଥିବା ଇଂରେଜ ବଣିକ ମଧ୍ୟରେ ବାଣିଜ୍ୟିକ ବିନିମୟ ହୋଇପାରୁଥିଲା । ଦେଓଗାଁ ଚୁକ୍ତି ଅନୁସାରେ କଟକ ୧୮୦୩ ଖ୍ରୀଷ୍ଟାଦ୍ଦରେ ବ୍ରିଟିଶ ଶାସନାଧୀନକୁ ଆସିଲା ଏବଂ ଇଂରେଜମାନେ କଟକର ଚକବନ୍ଦୀ ବ୍ୟବସ୍ଥା, ଭୂ-ରାଜସ୍ଵ ଏବଂ ପ୍ରଶାସନିକ ଦାୟିତ୍ଵରେ ରହିଲେ । ୧୮୬୬ ମସିହାରେ ଓଡିଶାରେ ଭୟାଭୟ ଦୁର୍ଭିକ୍ଷ ଦେଖାଦେବା ପରେ ନଦୀ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଭାବେ ରହୁଥିବା କଟକ ସହରକୁ ଆଉ ଅଲଗା ନରଖିବା ଏବଂ ଭବିଷ୍ୟତରେ ଆଉ ଯେପରି ଦୁର୍ଭିକ୍ଷ ନ ହୁଏ ସେଥିପ୍ରତି ଗମ୍ଭୀରତାର ସହ ବିଚାରକୁ ନେଲେ । ଜନ ପଥରେ ବିଭିନ୍ନ ଆଡୁ ଯୋଗାଯୋଗ ରହିଥିଲେ ମଧ୍ୟ ଉନବିଂଶ ଶତାଦ୍ଦୀର ଶେଷଭାଗ ବେଳକୁ ଆନ୍ତଃ ଯୋଗାଯୋଗ ସଡ଼କ ପଥ ଖୋଲିଲା ।

ଉନବିଂଶ ଶତାଦ୍ଦୀର ଶେଷ ଦଶନ୍ଧୀ ବେଳକୁ ବେଙ୍ଗଲ-ନାଗପୁର ରେଲପଥ(ବିଏନଆର) ସିଧାସଳଖ କଟକ, ମାନ୍ଦ୍ରାଜ ଓ କଲିକତା ସହ ସଂଯୋଗ କରୁଥିଲା । ଇଂରେଜମାନଙ୍କ ଦ୍ଵାରା ୧୮୪୧ ମସିହାରେ ପ୍ରଥମ ସରକାରୀ ଇଂରେଜ ସ୍କୁଲ ସ୍ଥାପନ ହେବା ଫଳରେ କଟକରେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଲା । ୧୮୬୬ ମସିହା ଦୁର୍ଭିକ୍ଷ ଦେଖା ଦେବା ପର୍ଯ୍ୟନ୍ତ ଚାଲୁ ରହିଥିଲା ଓ ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ୧୮୬୮ ମସିହାରେ ରେଭେନ୍ସା କଲେଜରେ ପରିଣତ ହେଲା । ରେଭେନ୍ସା ମହାବିଦ୍ୟାଳୟ ୨୦୦୬ ମସିହା ନଭେମ୍ବର ୧୫ ତାରଖରେ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ପରିଣତ ହୋଇଥିଲା । ୧୮୭୪ ମସିହାରେ କଟକ ଜେନେରାଲ ହସ୍ପିଟାଲ ସ୍ଥାପିତ ହୋଇଥିଲା, ଯାହାକି ୧୮୭୫ ମସିହାରେ ଓଡିଶା ମେଡିକାଲକୁ ପରିବର୍ତ୍ତିତ ହୋଇଥିଲା । ଓଡିଶାର ପ୍ରଥମ ଖବରକାଗଜ “ଉତ୍କଳ ଦୀପିକା” କର୍ମବୀର ଗୌରୀ ଶଙ୍କର ରାୟଙ୍କ ଦ୍ୱାରା ୧୮୬୬ ମସିହାରେ ପ୍ରଥମେ କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ୱାରା ପ୍ରକାଶିତ ହୋଇଥିଲା । ୧୮୭୬ ମସିହାରେ କଟକ ମ୍ୟୁନିସିପାଲିଟି ଗଠିତ ହୋଇଥିଲା । ୧୯୨୩ ମସିହାରେ ଦୁଇଟି ଶିକ୍ଷାନୁଷ୍ଠାନ ଆତ୍ମ ପ୍ରକାଶ କଲା। ଗୋଟିଏ ହେଉଛି କଟକ ଟ୍ରେନିଂ କଲେଜ ଓ ଅନ୍ୟଟି ହେଉଛି ଓଡିଶା ଇଂଜିନିୟରିଂ ସ୍କୁଲ ଯାହାକି ୧୯୧୫ ମସିହାରେ ପୂର୍ବରୁ ରେଭେନ୍ସା କଲେଜରେ ଥିବା ପୁରାତନ ସର୍ଭେ ସ୍କୁଲରୁ ଅଲଗା ହୋଇ ଏବଂ ଯୋବ୍ରାଠାରେ ଥିବା ସରକାରୀ କର୍ମ ଶିବିର (ୱାର୍କ ସପ)କୁ ସ୍ଵତନ୍ତ୍ର ଏବଂ ଉନ୍ନତିକରଣ କରାଯାଇ ଗଠିତ ହୋଇଥିଲା ।

ସ୍ଵାଧୀନତା ସଂଗ୍ରାମ ସମୟରେ, ସାହାବଜାଦା ବଜାରଠାରେ ଥିବା ସ୍ଵରାଜ ଆଶ୍ରମ ସମସ୍ତ ପ୍ରକାର ଜାତୀୟତାବାଦୀ କାର୍ଯ୍ୟ କଳାପର କେନ୍ଦ୍ରସ୍ଥଳ ଥିଲା । ମହାତ୍ମାଗାନ୍ଧି ଓଡିଶାର ଯୁବ ସମାଜକୁ ସତ୍ୟ ଓ ଅହିଂସାର ମନ୍ତ୍ରରେ ଅନୁପ୍ରାଣୀତ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକରେ ଥିବା ସ୍ଵରାଜ ଆଶ୍ରମ ଗାନ୍ଧୀବାଦୀମାନଙ୍କ ପାଇଁ ତୀର୍ଥସ୍ଥଳ ସ୍ୱରୂପ ଥିଲା । ଓଡିଶାର ପ୍ରଶାସନିକ ଏବଂ ବାଣିଜ୍ୟିକ ପ୍ରାଣକେନ୍ଦ୍ର ଭାବେରେ କଟକରେ ସମସ୍ତ ପ୍ରକାର ସୁବିଧା ରହିଥିଲା । ୧୯୩୬ ମସିହା ପର୍ଯ୍ୟନ୍ତ ଏହା ଓଡିଶା ରାଜସ୍ୱ ଡିଭିଜନ ସ୍ଥଳ ଥିଲା । ଯେତେବେଳେ ଓଡିଶା ସ୍ଵତନ୍ତ୍ର ପ୍ରଗଣା ରୂପେ ଗଠିତ ହେଲା, ସେହି ସମୟରୁ ଏହା ତାହାର ମୁଖ୍ୟ ସଦର ମହକୁମା ଭାବରେ କାର୍ଯ୍ୟ କରୁଥିଲା । ଐତିହାସିକ ଲାଲବାଗ ଅଞ୍ଚଳ ଯାହାକି କମିଶନରଙ୍କ ଅଧିକାରରେ ଥିଲା, ତାହା ରାଜଭବନ ହୋଇଥିଲା । ବର୍ତ୍ତମାନ ଏହା ଶିଶୁ ଚିକିତ୍ସାଳୟ ବା “ଶିଶୁ ଭବନ”ରେ ପରିଣତ ହୋଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଓ ଗବେଷଣା ପ୍ରତିଷ୍ଠାନ ନାମରେ ନାମିତ ହୋଇଛି । ବାରବାଟୀ ଷ୍ଟାଡିୟମ ନାମରେ ଏକ ଖେଳ ପଡିଆ ବାରବାଟୀ ଦୁର୍ଗ ନିକଟରେ ଥିବା ପ୍ରସିଦ୍ଧ କିଲ୍ଲା ପଡିଆ ଉପରେ ନିର୍ମିତ ହୋଇଛି ।

ଅନେକ ସାମାଜିକ ଓ ଧାର୍ମିକ ସଂସ୍କୃତିକ ପର୍ବ ପର୍ବାଣିର ପାଳନ କଟକ ସହର ଓ ଜିଲ୍ଲାର ସାଧାରଣ ବିଶେଷତ୍ଵ । ସେସବୁ ମଧ୍ୟରେ,

ଅକ୍ଷୟ ତୃତୀୟା :
ଏହା ଏକ ଗୁରୁତ୍ଵପୂର୍ଣ୍ଣ କୃଷି ଭିତ୍ତିକ ପର୍ବ, ଯାହାକି ବୈଶାଖମାସରେ କୃଷି କ୍ଷେତ୍ରରେ ପ୍ରାଥମିକ ଧାନବୁଣା ସମୟରେ ଅନୁଷ୍ଠିତ ହୋଇଥାଏ । ଏହାକୁ ଅଖିମୁଠି ଅନୁକୂଳ କୁହାଯାଏ । ଏହି ଦିନ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ପ୍ରସିଦ୍ଧ ଚନ୍ଦନଯାତ୍ରା ଏହି ଦିନହିଁ ଅନୁଷ୍ଠିତ ହୁଏ । ଗ୍ରାମୀଣ ଲୋକେ ଅକ୍ଷୟ ତୃତୀୟାକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ।

ରଥଯାତ୍ରା : ଏହା ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୁଏ । କଟକ ସହରରେ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟ ଜଗନ୍ନାଥ ମନ୍ଦିର ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନ ଯଥା- ଡମପଡା ଜଗନ୍ନାଥ ମନ୍ଦିର, ଆଠଗଡ ଜଗନ୍ନାଥ ମନ୍ଦିର ଆଦି ବହୁ ସ୍ଥାନରେ ରଥଯାତ୍ରା ଜନ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

ଗଣେଶପୂଜା :
କଟକ ସହରରେ ପାର୍ବଣ ଋତୁ ଗଣେଶ ପୂଜାଠାରୁ ଆରମ୍ଭ କରି ବାଲିଯାତ୍ରା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ପ୍ରଭୁ ବିନାୟକ ପ୍ରତ୍ୟେକ ଘରେ ଘରେ ଜ୍ଞାନ ଓ ସମୃଦ୍ଧିର ଦେବତା । ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳିତ ହୁଏ । ଗଣେଶ ପୂଜାର ଭସାଣି ଉତ୍ସବ କଟକ ସହରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଥାଏ ।

ସେହିପରି ସରସ୍ଵତୀ ପୂଜା, ଖୁଦୁରୁକୁଣୀ ଓଷା, ଶିବରାତ୍ରି , ମାଘ ସପ୍ତମୀ ଓ ମଙ୍ଗଳବାର ଓଷା ଜିଲ୍ଲାର ସବୁ ଅଂଚଳରେ ଲୋକମାନେ ପାଳନ କରିଥାନ୍ତି ।

ଦୁର୍ଗାପୂଜା :
କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିର କଟକ ସହରର ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାରେ ଶକ୍ତି ଉପାସନା ପ୍ରାକ-ଗୁପ୍ତ ସାମ୍ରାଜ୍ୟ ସମୟରୁ ହୋଇଆସୁଛି । କଥିତ ଅଛି ଯେ, ପଂଚଦଶ ଶତାଦ୍ଦୀରେ ଶ୍ରୀ ଚୈତନ୍ୟ ଦେବଙ୍କ ଓଡିଶା ଆଗମନ ସମୟରେ କଟକରେ ପ୍ରଥମେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ଦୁର୍ଗାପୂଜା ସମୟରେ ମା ଦୂର୍ଗାଙ୍କ ସମେତ ଶିବ, ପାର୍ବତୀ, ଶକ୍ତିଙ୍କ ପ୍ରତିମୂର୍ତ୍ତି କାରୀଗରମାନଙ୍କ ଦ୍ଵାରା ନିର୍ମାଣ କରାଯାଇ ପୂଜା କରାଯାଇଥାଏ ।

କଟକ ଦୁର୍ଗାପୂଜା ଭସାଣି ଅତ୍ୟନ୍ତ ଆକର୍ଷଣୀୟ, ଲୋକପ୍ରିୟ ଓ ଆନନ୍ଦଦାୟକ । ଏହି ପୂଜା ଓଡିଶାର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ପରଂପରା ସହିତ ଜଡିତ । କଟକ ସହରରେ ସମୟାନୁକ୍ରମେ ପୂଜା ମଣ୍ଡପ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨ ବର୍ଷ ହେଲା ଦୁର୍ଗ।, ଭଗବାନ ଶିବ ଓ ସେହିଭଳି ଅନ୍ୟାନ୍ୟ ପ୍ରତିମୁତ୍ତି ୧୫୭ ଗୋଟି ପୂଜା ମଣ୍ଡପରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଆସୁଛି । ଭସାଣି ଉତ୍ସବର ସବୁଠୁ ବଡ ବିଶେଷତ୍ଵ ହେଲା, ସମସ୍ତ ଦେବାଦେବୀମାନଙ୍କର ମେଢଗୁଡିକ ଅତ୍ୟନ୍ତ ଶୁଙ୍ଖଳିତ ଭାବରେ ପାରସ୍ପରିକ ଭାତୃଭାବର ଭାବନା ମଧ୍ୟରେ ଯାହାକୁ କି କଟକର “ଭାଇଚାରା” ବୋଲି କୁହାଯାଏ, ସେହି ସଂପର୍କର ରଜ୍ଜୁରେ ସେମାନେ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ବିସର୍ଜନ କାର୍ଯ୍ୟ ସମାପନ କରିଥାନ୍ତି ।

କୁମାର ପୂର୍ଣ୍ଣିମା :
ପ୍ରତି ବର୍ଷ ଆଶ୍ଵିନ ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ । କଟକକୁ ଛାଡି ଦେଲେ ଚୌଦ୍ଵାର ଓ ବାଙ୍କୀ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ବାଙ୍କୀରେ ୨୦୦୦ ମସିହାଠାରୁ ପ୍ରତି ବର୍ଷ ୫ ଦିନ ବ୍ୟାପୀ ଆନନ୍ଦ ଉଲ୍ଲାସର ସହ ବାଙ୍କୀ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଗତ ବର୍ଷ (୨୦୧୭ ମସିହା) ବାଙ୍କୀ ମହୋତ୍ସବ ଅକ୍ଟୋବର ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

କାଳୀପୂଜା :
କଟକ ସହରରେ କାଳୀପୂଜା ଓ ଭସାଣି ଉତ୍ସବ ଅତ୍ୟନ୍ତ ଆନନ୍ଦ ଉତ୍ସବର ସହ ପାଳିତ ହୋଇଥାଏ । ଗତ ବର୍ଷ (୨୦୧୭ ମସିହା) କାଳୀପୂଜା ଓ ଦୀପାବଳି ଉତ୍ସବ ଅକ୍ଟୋବର ୧୯ ତାରିଖରେ ଅନୁଷ୍ଠିତ ହୋଇ ଅକ୍ଟୋବର ୨୨ ତାରିଖରେ ଭସାଣି ଉତ୍ସବ ସଂପନ୍ନ କରଯାଇଥିଲା । କଟକ ସହର ଓ ଏହାର ଆଖପାଖ ବିଭିନ୍ନ ପୂଜା ମଣ୍ଡପରେ ମା କାଳୀଙ୍କ ପ୍ରତିମୂର୍ତ୍ତି ପୂଜା କରଯାଇଥିଲା ।

ମା ଶୋଳପୁରୀ ପୂଜା :- ଷୋଳ ପୂଅ ମା’ଠାକୁରାଣୀ ପୂଜା ନାମରେ ଜ୍ଞାତ । ଏହା କଟକ ସହରରେ ରହୁଥିବା ତେଲେଗୁ ସଂପ୍ରଦାୟର ଲୋକମାନେ ପାଳନ କରିଥାନ୍ତି । ଏହି ପର୍ବ କଟକ ସହରରେ ମା ଦୂର୍ଗାଙ୍କର ପୂଜା ଅନୁଷ୍ଠିତ ହେଉଥିବା ସମୟରେ ପାଳିତ ହୋଇ ଆସୁଥିବାର ପରମ୍ପରା ରହିଆସିଛି ।

ଛଟ ପୂଜା :
ଅକ୍ଟୋବର ମାସରେ କଟକ ସହରର ବିହାରୀ ସଂପ୍ରଦାୟର ଲୋକମାନେ ଛଟ ପୂଜା କରିଥାନ୍ତି । ସେମାନେ ନଦୀ ଶଯ୍ୟାକୁ ଯାଇ ସୂର୍ଯ୍ୟ ଦେବକୁ ପୂଜା କରିଥାନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା/ରାସ ପୂର୍ଣ୍ଣିମା ଏବଂ ବାଲିଯାତ୍ରା :- ବର୍ଷକର ଓଡିଆ ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ ଭାବେ ବିବେଚନା କରାଯାଏ । ପ୍ରାଚୀନ କାଳରୁ କାର୍ତ୍ତିକ ପୂର୍ଣ୍ଣିମାକୁ ବୋଇତା ବନ୍ଦାଣ ଦିବସ ଭାବେ ପାଳିତ ହୋଇ ଆସୁଛି । ଓଡିଶା ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଏହି କାର୍ତ୍ତିକ ପୂର୍ଣ୍ଣିମା ସହିତ ସଂପୃକ୍ତ । ପ୍ରାଚୀନ କଳିଙ୍ଗ ଉପକୂଳରୁ ସାଧବ ପୁଅମାନେ ନୌଯାତ୍ରା କରି ପୂର୍ବ ଏସୀୟ ଦେଶ ଯଥା ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ସିଂହଳ ଆଦି ଦ୍ଵୀପକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ । ସେହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ଆଜି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃ ସମୟରେ ଓଡିଶାର ଲୋକମାନେ କଦଳୀ ପଟୁକାରେ ଡଙ୍ଗା ପ୍ରସ୍ତୁତ କରି ସେଥିରେ ପାନ, ଗୁଆ, ଦୀପ ଥୋଇ ନଦୀ ବା ପୋଖରୀରେ ଭସାଇଥାନ୍ତି ।
କଟକର ପ୍ରସିଦ୍ଧ ବାଲିଯାତ୍ରା ଏହି ଦିନଠାରୁ ଆରମ୍ଭ ହୋଇଥାଏ । ଏବେ ଏହା କଟକର ବାରବାଟୀ ଦୁର୍ଗ କିଲ୍ଲା ପଡିଆରୁ ମହାନଦୀ ବାଲୁକା ଶଯ୍ୟା ବା ତଳପଡିଆକୁ ପ୍ରସାରିତ ହୋଇଛି । ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଉତ୍ପାଦକୁ ପ୍ରଦର୍ଶିତ କରି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ । ଗତ ବର୍ଷ (୨୦୧୭ ମସିହା) ରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ଗାନ୍ଧି ଶିଳ୍ପ ବଜାର ସହିତ ବାଲିଯାତ୍ରା କଟକ ଉତ୍ସବ ନଭେମ୍ବର ୪ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ବାଲିଯାତ୍ରା ଏବେ ରାଜସ୍ଥାନର ପୁଷ୍କର ମେଳା ଭଳି ବୃହତ ବାଣିଜ୍ୟିକ ମେଳାରେ ପରିଣତ ହୋଇଛି । ଗତ ବର୍ଷ ବାଲିଯାତ୍ରା ପଡିଆର ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଂଚରେ ଏହି ୮ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲ୍ଲାର ସ୍ଥାନୀୟ କଳାକାର ଏବଂ ଜିଲ୍ଲା କଳା ସଂସ୍କୃତି ସଂଘରେ ଅନୁବନ୍ଧିତ ଲୋକକଳାକାରମାନଙ୍କ ବ୍ୟତୀତ ଓଡିଶା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାର ଯଥା ଆସାମ, ବଙ୍ଗଳାଦେଶ ଆଦି ସୁଦୂରରୁ କଳାକାରମାନେ ଏହି ବାଲିଯାତ୍ରା ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।