ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
କଟକ ଜିଲ୍ଲା ଆଧାରିତ ସୂଚନା
- ଜିଲ୍ଲାର ମୋଟ ଜନସଂଖ୍ୟା : ୨୬୨୪୪୭୦(୨୦୧୧ ଜନଗଣନା)
- ମୋଟ ଉପଖଣ୍ଡ : ୩
- ଭେଷଜ ଚିକିତ୍ସାଳୟ ଓ ହାସପାତାଲ :
- ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହାସପାତାଲ ,କଟକ
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତର ଶିଶୁ ଚିକିସା ପ୍ରତିଷ୍ଟାନ (ଶିଶୁ ଭବନ),କଟକ
- ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର,କଟକ
- ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ,କଟକ
- ଜିଲ୍ଲା ସଦର ମହକୁମା ଡାକ୍ତରଖାନା : ସିଟି ହସ୍ପିଟାଲ,କଟକ
- ଅନ୍ୟ ଡାକ୍ତରଖାନା : କୁଷ୍ଠରୋଗୀ ଆବାସ ଓ ଚିକିତ୍ସାଳୟ,କଟକ
- ଉପଖଣ୍ଡ ଚିକିତ୍ସାଳୟ : ୨(ଆଠଗଡ,ବାଙ୍କୀ)
- ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା : ୧୮
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା : ୫୭
- ଅନ୍ୟାନ୍ୟ ଡାକ୍ତରଖାନା ସଂଖ୍ୟା : ୯
- ଉପକେନ୍ଦ୍ର ସଂଖ୍ୟା : ୩୩୨ (ତନ୍ମଧ୍ୟରୁ ୬ଟି ଉପକେନ୍ଦ୍ର ସହରାଞ୍ଚଳରେ ବିଲୀନ ହୋଇଛି)
- ହୋମିଓପାଥି ଚିକିତ୍ସାଳୟ ସଂଖ୍ୟା:-୨୭
- ଆୟୁର୍ବେଦିକ ଚିକିତ୍ସାଳୟ ସଂଖ୍ୟା : ୨୦
- ୟୁନାନୀ ଚିକିତ୍ସାଳୟ ସଂଖ୍ୟା : ୧
- ଦୁରଭାଷ ଓ ଫାକ୍ସ ନଂ : ୦୬୭୧-୨୩୦୧୦୦୭
- ଇ-ମେଲ ଠିକଣା:
- dpmucut[at]gmail.com
- admofwcuttack[at]gmail.com
- cdmocuttack[at]gmail.com
ବର୍ତ୍ତମାନ ରହିଥିବା ଆନୁଷ୍ଠାନିକ ବ୍ୟବସ୍ଥା :
ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ରାଜ୍ୟର ପଦ୍ଧତି ଅନୁସାରେ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଦେବା ,ସେମାନଙ୍କର ସ୍ୱାସ୍ଥ୍ୟରକ୍ଷା,ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟର ବିକାଶ ଲକ୍ଷ୍ୟ ଉପରେ ପର୍ଯ୍ୟବେସିତ । ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଧୁନିକ ଚିକିତ୍ସା ସେବା ଉପରେ ପର୍ଯ୍ୟବେସିତ ଯାହାକି ଉପକେନ୍ଦ୍ରଠାରୁ ଆରମ୍ଭ କରି ତୃତୀୟ ସ୍ତର ସ୍ୱାସ୍ଥ୍ୟ ସେବା ସଂସ୍ଥା ଅନୁଷ୍ଠାନମାନଙ୍କର ନେଟୱର୍କ (ଜାଲପରି) ପରିବ୍ୟାପ୍ତ । ସ୍ୱାସ୍ଥ୍ୟ ସେବାର ଏହି ବ୍ୟବସ୍ଥା ଏପରି ଆଦର୍ଶଗତ ହୋଇଛି ଯେ, ଯଦି ଠିକ ଭାବରେ ଯୋଜନା ମୁତାବକ ପରିଚାଳନା କରାଯାଏ,ତେବେ ଘରେ ଥିବା ଜଣେ ସାଧାରଣ ବ୍ୟକ୍ତିକୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ ।
ଜିଲ୍ଲାପାଳଙ୍କ ସହ-ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପରିଚାଳନା ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଉନ୍ନତି ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସଫଳ ରୂପାୟନ ସଂପର୍କରେ ତଦାରଖ କରିଥାଏ । ଜିଲ୍ଲା ସଦର ମହକୁମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ),କଟକ,୨ ଟି ଉପଖଣ୍ଡ ଚିକିତ୍ସାଳୟ, ଗୋଟିଏ ଆଠଗଡ ଓ ଅନ୍ୟଟି ବାଙ୍କୀ, ୧୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୯ ଗୋଟି ଅନ୍ୟ ଡାକ୍ତରଖାନା ଏବଂ ୫୭ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାର ଅବଶ୍ୟକତାକୁ ପୂରଣ କରୁଛି । ଜିଲ୍ଲାରେ ମଧ୍ୟ ୨୦ଟି ଆୟୁର୍ବେଦିକ ଏବଂ ୨୭ଟି ହୋମିଓପାଥି ଡାକ୍ତରଖାନା ରହିଛି ।
ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ
ପୋଷଣ ଦିବସ (ମମତା ଦିବସ)
ମମତା ଦିବସ(ଭି.ଏଚ.ଏନ.ଡି)କେବଳ ମିନି ଅଙ୍ଗନୱାଡି କେନ୍ଦ୍ରକୁ ଛାଡି ଦେଲେ ଜିଲ୍ଲାର ବ୍ଲକଗୁଡିକରେ ଥିବା ଅନ୍ୟ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ନିୟମିତ ଭାବରେ ଅନୁଷ୍ଟିତ ହୁଏ । ଏକ ନୂତନ ପ୍ରୟାସ ଆଇ.ୱାଇ.ସି.ଏଫ(ନବଜାତ ଶିଶୁ ଓ ପିଲାମାନଙ୍କୁ ସ୍ତନ୍ୟପାନ) ,ମମତା ଦିବସରେ ଆରମ୍ଭ ହୋଇଛି, ଯେଉଁଠାରେ କି ମା ମାନେ ଶିଶୁମାନଙ୍କୁ ଶୀଘ୍ର ସ୍ତନ୍ୟପାନ ସଂପର୍କରେ ପରାମର୍ଶ ଦିଆଯିବା ସହିତ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା କ୍ଷୀର ଖୁଆଇବା ଏବଂ ୬ ମାସ ପରେ ଅନ୍ୟ ଖାଦ୍ୟ ଯୋଗକାରୀ ଖୁଆଇବା ସଂପର୍କରେ ମଧ୍ୟ ପରାମର୍ଶ ଦିଆଯାଉଛି । ସହରାଞ୍ଚଳରେ ମଧ୍ୟ ସହରାଞ୍ଚଳ ସ୍ୱାସ୍ଥ୍ୟ ପୋଷଣ ଦିବସ (ୟୁ.ଏଚ.ଏନ.ଡି.) ନାମରେ ମମତା ଦିବସ ଅନୁଷ୍ଠିତ ହେଉଛି ।
ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ (ଜେ.ଏସ.ଏସ.କେ)
୧୯ ଗୋଟି ଅନୁଷ୍ଠାନ କଟକ ଜିଲ୍ଲାରେ ମାଗଣାରେ ଜନନୀ-ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସେବା ଯୋଗାଇ ଆସୁଛନ୍ତି । ନିୟମାବଳୀ ଅନୁସାରେ ଜନନୀ-ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ଏବଂ ଔଷଧ, ଏସବୁ ନିୟମିତ ଭାବେ ଚିହ୍ନଟକୃତ ଆନୁଷ୍ଠାନମାନଙ୍କୁ ସେମାନଙ୍କର ଦାବୀ ମୁତାବକ ଯୋଗାଇ ଦିଆଯାଉଛି । ପ୍ରସ୍ତାବିତ ରକ୍ତ ଭଣ୍ଡାରଗୁଡିକରେ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ଆକଳନ କରାଯାଇଛି ଏବଂ ଏହି ଭଳି ରକ୍ତ ଭଣ୍ଡାରସବୁ କାର୍ଯ୍ୟକାରୀ କରିବା ଓ ଉନ୍ନତିକରଣ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ।
ନବ ଜାତ ଶିଶୁ ଯତ୍ନ କେନ୍ଦ୍ର(ଏନ.ବି.ସି.ସି)
ସମସ୍ତ ଚିହ୍ନଟକୃତ ୨୨ ଗୋଟି ନବ ଜାତ ଶିଶୁ ଯତ୍ନ କେନ୍ଦ୍ର (ନ୍ୟୁ ବର୍ଣ୍ଣ କେୟାର ସେଣ୍ଟର) କୁ ଉଷ୍ମତା ବିକିରିତ ଯନ୍ତ୍ର (ରାଡିଆଣ୍ଟ ୱାର୍ମର) ଏବଂ ଆବଶ୍ୟକୀୟ ଅନ୍ୟ ଯନ୍ତ୍ରପାତି ଓ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦିଆଯାଇଛି । ନବଜାତ ଶିଶୁଙ୍କ ପାଇଁ ନ୍ୟୁ ବର୍ଣ୍ଣ ଷ୍ଟାବିଲାଇଜେସନ ୟୁନିଟ (ଏନ.ବି.ଏସ.ୟୁ) ଆଠଗଡ ଓ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେଉଛି । ଆଠଗଡରେ ନ୍ୟୁ ବର୍ଣ୍ଣ ଷ୍ଟାବିଲାଇଜେସନ ୟୁନିଟକୁ ନବଜାତ ସ୍ଵତନ୍ତ୍ର ଶିଶୁ ଯତ୍ନ ୟୁନିଟ (ଏସ.ଏନ.ସି.ୟୁ) କୁ କ୍ଷମତା ବୃଦ୍ଧି କରିବାରେ ପଦ୍ଧତି ଜାରି ରହିଛି ।
ରୋଗୀ କଲ୍ୟାଣ ସମିତି (ଆର.କେ.ଏସ.)
ଜିଲ୍ଲାରେ ୫୧ଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ନୂତନ) ଏବଂ ୯ ଗୋଟି ଆଞ୍ଚଳିକ ଡାକ୍ତରଖାନା, ୧୪ଟି ବ୍ଳକରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର/ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ୨ ଗୋଟି ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ପଞ୍ଜୀକୃତ ହୋଇଛି ।
ଅଣ ବନ୍ଧିତ ପାଣ୍ଠି
ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ)ଓ ୩୩୨ ଟି ଉପକେନ୍ଦ୍ରମାନଙ୍କୁ (୧୪ଟି ଜିଲ୍ଲା ସଦର ମହକୁମା ଉପକେନ୍ଦ୍ର ସମେତ) ଅଣ ବନ୍ଧିତ ପାଣ୍ଠି (ଅନଟାଏଡ ଫଣ୍ଡ) ଯୋଗାଇ ଦିଆଯାଇଛି ।
ଆଶା
୧୯୧୭ ଜଣ ଆଶାଙ୍କୁ ୩ଟି ପର୍ଯ୍ୟାୟରେ ମୁତୟନ କରାଯାଇଛି । ସମସ୍ତଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସ୍ଥଳେ ୧୮୮୯ ଜଣଙ୍କୁ ସ୍ଵେଚ୍ଚାସେବୀ ସଂସ୍ଥା ଓ ସରକାରୀ-ବେସରକାରୀ ଭାଗୀଦାରୀ ବିଷୟାଗତ ପ୍ରଶିକ୍ଷଣ ଦିଆଯାଇଛି ।
ଆଶାର ପ୍ରଧାନ କାର୍ଯ୍ୟ
- ମଂଜୁରୀ ପ୍ରାପ୍ତ ୧୯୧୭ ଜଣ ଆଶାଙ୍କ ମଧ୍ୟରୁ ସମସ୍ତ ୧୯୧୭ ଜଣ ଅବସ୍ଥାପିତ ଅଛନ୍ତି ।
- ସମସ୍ତ ଆଶାମାନଙ୍କ ବ୍ୟାଙ୍କ ଜମାଖାତା ଖୋଲିଯିବା ପରିପ୍ରେକ୍ଷୀରେ ବ୍ଳକ ସ୍ତରରେ ୧୮୯୪ ଜଣଙ୍କର ଜମାଖାତା ଖୋଲା ଯାଇଛି ।
- ୧୮୬୬ ଜଣଙ୍କୁ ଡ୍ରଗ୍ସ କିଟ (ଔଷଧଥାଇ ବ୍ୟାଗ) ଯୋଗାଇ ଦିଆଯାଇଛି ।
- ୯୮୧ ଜଣ ଆଶାଙ୍କୁ ଘରୋଇ ଭିତ୍ତିକ ଗର୍ଭ ପରୀକ୍ଷା ପାଇଁ “ନିଶ୍ଚୟ” କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଦିଆଯାଇଛି ।
- ଜିଲ୍ଲାର ୧୪ ଗୋଟି ବ୍ଳକର ୬୦୦ ଜଣଙ୍କ ମଧ୍ୟରୁ ୫୯୭ ଜଣ ଆଶାଙ୍କୁ ମ୍ୟାଲେରିଆ/ଏଫ.ଟି.ଡି (ଫାଷ୍ଟ ଟ୍ରାକ ଡାଇଗ୍ନୋଷ୍ଟିକ୍ସ) ପ୍ରଶିକ୍ଷଣ ଦିଆଯାଇଛି ।
- ୨୩୪ ଜଣ ଆଶାଙ୍କୁ ସଂଶୋଧିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଡଟସ ପ୍ରଦାନକାରୀ ଭାବେ ନିୟୋଜିତ କରାଯାଇଛି ।
- ୧୨୫୦ ଜଣ ଆଶାଙ୍କୁ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଛି ।
- ୩୨୦ ଜଣ ଆଶାଙ୍କୁ ଜାତୀୟ ଅନ୍ଧତ୍ଵ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
- ୧୮୯୪ ଜଣ ଆଶାଙ୍କୁ ୟୁନିଫର୍ମ ଯୋଗାଇ ଦିଆଯାଇଛି ।
- ୧୮୯୪ ଜଣ ଆଶା ପ୍ରତ୍ୟେକ ୩ୟ ଶନିବାରରେ ଆଶା ସେକ୍ଟର ବୈଠକରେ ଯୋଗଦାନ କରୁଛନ୍ତି ।
- ପ୍ରତ୍ୟେକ ମାସର ଶେଷ ସୋମବାରରେ ବ୍ଳକ ସ୍ତରରେ ଆଶା ଦିବସ ପାଳନ କରାଯାଉଛି ।
- ୧୮୯୧ ଜଣ ଆଶାଙ୍କୁ ସାଇକେଲ ଯୋଗାଇ ଦିଆଯାଇଛି ।
- ୧୮୯୪ ଜଣ ଆଶା ନିଜ ନିଜ ସ୍ତରରେ ଆଶା ଡାଏରୀ ଲେଖାର ପ୍ରତିପାଳନ କରୁଛନ୍ତି ।
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ), ବଡ ଡାକ୍ତରଖାନା(ଏସ.ସି.ବି.)ରେ ଆଶା ଗୃହ କାର୍ଯ୍ୟକ୍ଷମ ରହିଛି । ୫ ଗୋଟି ପ୍ରାଥମିକ ରେଫରାଲ (ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇଁ ପ୍ରେରଣ) ୟୁନିଟ ଉପଖଣ୍ଡ ଚିକିତ୍ସାଳୟ, ଆଠଗଡ, ଉପଖଣ୍ଡ ଚିକିତ୍ସାଳୟ, ବାଙ୍କୀ ଏବଂ ଅଡଶପୁର, ମାଣିଆବନ୍ଧ, ମାହାଙ୍ଗା ଉନ୍ନୀତ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ କାର୍ଯ୍ୟ କରୁଛି ।
ଗାଁ କଲ୍ୟାଣ ସମିତି
- ଜିଲ୍ଲା ୱାରୀ ଗାଁ କଲ୍ୟାଣ ସମିତି ପ୍ରଚାର ଅଭିଯାନ ଶେଷ ହୋଇଛି ।
- ରାଜ୍ୟର ଲକ୍ଷ୍ୟଧାର୍ଯ୍ୟ ଥିବା ୧୮୨୨ ଟି ଗାଁ କଲ୍ୟାଣ ସମିତି ମଧ୍ୟରୁ ୧୮୦୬ ଟି ଗଠନ ହୋଇସାରିଛି ।
- ୧୮୦୬ ଟି ଗାଁ କଲ୍ୟାଣ ସମିତିମାନଙ୍କର ବ୍ୟାଙ୍କ ଜମାଖାତା ଖୋଲା ଯାଇଛି ।
- ପ୍ରତି ଗାଁ କଲ୍ୟାଣ ସମିତିମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଛି ।
ମୁଖ୍ୟ କାର୍ଯ୍ୟ
ଓଡିଶା ସରକାରୀ କାର୍ଯ୍ୟଧାରା ନିୟମରେ ନିର୍ଦ୍ଧାରିତ ଅନୁସାରେ ତଥା ସମୟାନୁସାରେ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ନିମ୍ନ ଲିଖିତ ସେବା ଗାଁ କଲ୍ୟାଣ ସମିତି ଦ୍ଵାରା କରାଯାଉଛି –
- ପ୍ରଜନନ ଏବଂ ଶିଶୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ
- ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ
- କୁଷ୍ଠରୋଗ ନିରାକରଣ
- ଅନ୍ଧତ୍ଵ ନିୟନ୍ତ୍ରଣ
- ମ୍ୟାଲେରିଆ/ଫାଇଲେରିଆ ନିୟନ୍ତ୍ରଣ
- ଆୟୋଡିନ ଅଭାବ ଜନିତ ରୋଗର ନିୟନ୍ତ୍ରଣ
- ପଞ୍ଚବ୍ୟାଧି ବ୍ୟବସ୍ଥା
- ସାର୍ବଜନୀନ ଟୀକାକାରଣ କାର୍ଯ୍ୟକ୍ରମ
- ଜନନୀ ସୁରକ୍ଷା
- ଭାରତୀୟ ଔଷଧ ବ୍ୟବସ୍ଥା
- ହୋମିଓପାଥି ବ୍ୟବସ୍ଥା
- ସୂଚନା,ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ
- ଔଷଧ ନିୟନ୍ତ୍ରଣ ପରିଚାଳନା
- ରାଜ୍ୟ ଔଷଧ ପରିଚାଳନା
- ରୋଗ ନିରୂପଣ ବ୍ୟବସ୍ଥା