ବନ୍ଦ କରନ୍ତୁ

ନିୟୋଜନ

କଟକ ଜିଲ୍ଲାର ନିୟୋଜନ

ଉଦ୍ଦେଶ୍ୟ

ଜିଲ୍ଲା ନିୟୋଜନ କାର୍ଯ୍ୟଳୟର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଯୁକ୍ତି ସହାୟତା, ବୃତି ଚୟନ ସଂପର୍କରେ ଉପଦେଶ ପ୍ରଦାନ, ନିଯୁକ୍ତି ନିମନ୍ତେ ଥିବା ମାର୍କେଟ ସଂପର୍କିତ ସୂଚନା, ଜିଲ୍ଲାରେ ସର୍ବେକ୍ଷଣ ଓ ଅଧ୍ୟୟନ ଆଦି ପ୍ରତି କାର୍ଯ୍ୟନୁୟନ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମଗୁଡିକର ସମନ୍ଵୟ ରଖିବା । ଜିଲ୍ଲା ନିୟୋଜନ ଅଧିକାରୀ ମଧ୍ୟ ନିୟୋଜନ କାର୍ଯ୍ୟଳୟ (ଖାଲିଥିବା ପଦବୀ ସଂପର୍କରେ ବାଧ୍ୟତାମୂଳକ ବିଜ୍ଞପ୍ତି ) ଆଇନ-୧୯୫୯କୁ ତଦାରଖ ଓ ପ୍ରବର୍ତ୍ତନ ପାଇଁ ଦାୟୀ । ସେ ମଧ୍ୟ ସହରରେ ଥିବା ନିୟୋଜନ କାର୍ଯ୍ୟଳୟ ଏବଂ ଏହାର ଉପ-କାର୍ଯ୍ୟଳୟଗୁଡିକ ଦକ୍ଷତାର ସହ କାର୍ଯ୍ୟ କରିବା ନେଇ ଦାୟୀ ଅଟନ୍ତି ।

“ରାଜ୍ୟ ନିଯୁକ୍ତି ମିଶନ” ଜରିଆରେ ଜିଲ୍ଲା ନିୟୋଜନ ଅଧିକାରୀ ମଧ୍ୟ ଆତ୍ମ ନିଯୁକ୍ତି ପାଇଁ ପ୍ରାରମ୍ଭିକ ପଦକ୍ଷେପ ନେବା ଏବଂ ସୁବିଧା ଯୋଗାଇଦେବା ସହ ନିୟୋଜନ ପରିପ୍ରେକ୍ଷୀରେ ଉପଯୁକ୍ତ ମଜୁରୀ (ପାରିଶ୍ରମିକ) ପ୍ରଦାନ ନିମନ୍ତେ ପ୍ରୟାସ ଜାରି ରଖିଥାନ୍ତି ।

କାର୍ଯ୍ୟକଳାପ

ଜିଲ୍ଲା ନିୟୋଜନ କାର୍ଯ୍ୟଳୟର ୪ଟି ମୁଖ୍ୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ

  1. କର୍ମ ନିଯୁକ୍ତି ଆଶାୟୀ ପ୍ରାର୍ଥିମାନଙ୍କର ନାମ ପଞ୍ଜୀକରଣ ।
  2. ନିଯୁକ୍ତି ଦାତାଙ୍କ ତରଫରୁ ଖାଲି ଥିବା ପଦବୀ ପରିପ୍ରେକ୍ଷୀରେ ନାମ ପ୍ରେରଣ ।
  3. ପଞ୍ଜୀକୃତମାନଙ୍କୁ ବୃତ୍ତିଗତ ପରାମର୍ଶ ଓ ନିଯୁକ୍ତି ସୂଚନା
  4. ଫର୍ମ ଇ.ଆର-୧ ଓ ୨ ରେ ନିଯୁକ୍ତି ମାକେର୍ଟ ସଂପର୍କିତ ସୂଚନା ସଂଗ୍ରହ

ଏହା ବ୍ୟତୀତ ୨୦୦୫ ମସିହାରେ “ରାଜ୍ୟ ନିଯୁକ୍ତି ମିଶନ” କାର୍ଯ୍ୟକାରୀ ହେବ ଫଳରେ ଜିଲ୍ଲା ନିୟୋଜନ
ଅଧିକାରୀଙ୍କର କାର୍ଯ୍ୟବଳୀ ବୃଦ୍ଧି ପାଇଛି, ଯଥା-

  1. ଆତ୍ମ ନିଯୁକ୍ତି ପାଇଁ ଯୁବକ ଯୁବତୀମାନଙ୍କୁ ପ୍ରଦାନ କରାଯାଉଥିବା ଦକ୍ଷତା ବିକାଶ ପ୍ରଶିକ୍ଷଣକୁ ତଦାରଖ କରିବା ।
  2. ବ୍ଲକସ୍ତରରେ ଅନୁଷ୍ଠିତ ଆତ୍ମ ନିଯୁକ୍ତି ପରାମର୍ଶ ମେଲାରେ ପରାମର୍ଶ ଦିଆଯାଇଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ କୌଣସି “ବ୍ୟବସାୟିକ ନିଯୁକ୍ତି” ଆରମ୍ଭ କରିବା ପରିପ୍ରେକ୍ଷୀରେ ସେମାନଙ୍କୁ ଋଣ ମଂଜୁର ଓ ପ୍ରଦାନ ନିମନ୍ତେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରସ୍ତାବିତ କରିବା ।
  3. ଭାରତୀୟ ସେନାରେ ଯୋଗଦାନ ନିମନ୍ତେ ଇଚ୍ଛୁକ ଥିବା ପ୍ରାର୍ଥିମାନଙ୍କ ପାଇଁ ପ୍ରାକ ନିଯୁକ୍ତି ପ୍ରଶିକ୍ଷଣ ଶିବିର (ଆବାସିକ) ପ୍ରଦାନ କରିବା ।