ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ସାଧାରଣ ବଣ୍ଟନ (ଯୋଗାଣ)/କ୍ରୟ ବ୍ୟବସ୍ଥା ସମ୍ବନ୍ଧୀୟ ଜିଲ୍ଲା ଯୋଗାଣ ଉପ ବିଭାଗର ସୂଚନା
( ତାରିଖ ୧୯.୧୧.୨୦୨୦ ଅନୁସାରେ )
- ଉପଖଣ୍ଡ ସଂଖ୍ୟା -୩ :
- ଆଠଗଡ
- ବାଙ୍କୀ
- କଟକ ସଦର
- ମଣ୍ଡଳ କାର୍ଯ୍ୟ।ଳୟ ସଂଖ୍ୟା- ୧୪ :
- ଆଠଗଡ
- ବଡମ୍ବା
- ନରସିଂହପୁର
- ତିଗିରିଆ
- ବାଙ୍କୀ
- ବାଙ୍କୀ-ଡମପଡା
- ନିଆଳି
- କଣ୍ଟାପଡା
- ବାରଙ୍ଗ
- କଟକ ସଦର
- ସାଲେପୁର
- ମାହାଙ୍ଗା
- ନିଶ୍ଚନ୍ତକୋଇଲି
- ଟାଙ୍ଗୀ-ଚୌଦ୍ଵାର
- ସହରାଞ୍ଚଳ ସଂଖ୍ୟା-୦୪ :
- କଟକ ମହାନଗର ନିଗମ
- ଚୌଦ୍ଵାର ପୌରପାଳିକା
- ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ
- ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ
- ଗ୍ରାମ ପଞ୍ଚାୟତ ସଂଖ୍ୟା – ୩୭୩
- ଜନ ସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ)- ୨୬୨୪୪୭୦
- ବିଭାଗୀୟ ଭଣ୍ଡାର ରକ୍ଷଣ ବ୍ୟବସ୍ଥା ପରିବହନ କଣ୍ଟ୍ରାକ୍ଟର(୧.୦୪.୨୦୧୨ ରୁ ଆରମ୍ଭକରି) :
- ସ୍ତର – ୨ -୧ ଟି
- ସ୍ତର – ୨ – ୧୨ ଟି
- ସ୍ତର – ୧ -୧ ଟି
- କିରାସିନି ତେଲ ପାଇକାରୀ ବିକ୍ରେତା – ୧୪ ଟି
- ଖୁଚୁରା ବିକ୍ରେତା – ୯୮୪ ଟି
ପରିଯୋଜନା | ମୋଟକାର୍ଡ ସଂଚାଳନ ସଂଖ୍ୟା | ବଣ୍ଟନର ମାପ | ମାସିକ ଆବଣ୍ଟନ(କ୍ଵିଣ୍ଟାଲ) |
---|---|---|---|
ଆଗ୍ରାଧିକାର ପରିବାର | ୪୪,୮୨୦୫ କାର୍ଡ (୧୬,୦୭,୯୫୯ ଜନ ସଂଖ୍ୟା) | ମୁଣ୍ଡପିଛା ୫ କି.ଗ୍ରା. (ଚାଉଳ/ଗହମ କିମ୍ବା ଉଭୟ) | କ୍ଵି. ୫୪୯୪୪.୯୫ ଚାଉଳ କ୍ଵି. ୨୬୮୮୧.୭୬ ଗହମ |
ଅନ୍ତୋଦୟ ଅନ୍ନ ଯୋଜନା | ୪୮୫୬୦ କାର୍ଡ (୧୫,୭୧୬୧ ଜନସଂଖ୍ୟା) | କାର୍ଡ ପିଛା ୩୫ କି.ଗ୍ରା | କ୍ଵି. ୧୬,୯୯୬.୦୦ ଚାଉଳ |
ଅନ୍ନପୂର୍ଣ୍ଣା ଯୋଜନା | ୧୩୧୧ | କାର୍ଡ ପିଛା ୧୦ କି.ଗ୍ରା. | କ୍ଵି. ୧୩୧.୧୦ ଚାଉଳ |
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲାରେ ଉପଲବ୍ଧ ସାମଗ୍ରୀ
- ପି.ଏଚ.ଏଚ (ଅଗ୍ରାଧିକାର ପରିବାର ପାଇଁ) ଚାଉଳ ଓ ଗହମ: କ୍ଵି. ୮୦୩୯୭.୯୫
- ୱେଲଫେୟାର ଚାଉଳ(ସମାଜ ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ସ୍ଵତନ୍ତ୍ର ବିଦ୍ୟାଳୟମାନଙ୍କ ପାଇଁ) : କ୍ଵି. ୧୬.୮୦
- ଅନ୍ତୋଦୟ ଅନ୍ନ ଯୋଜନା – ଚାଉଳ : କ୍ଵି. ୧୬୯୯୬.୦୦
- ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରା ବାସ – ଚାଉଳ: କ୍ଵି. ୫୨୯.୨୦
- ବିଦ୍ୟାଳୟ ଏବଂ ଗଣଶିକ୍ଷା – ଚାଉଳ : କ୍ଵି. ୫.୮୫
- ଅର୍ନ୍ନପୂର୍ଣ୍ଣା ଚାଉଳ : କ୍ଵି. ୧୩୧.୧୦
- ଅନୁସୂଚୀତ ଜାତି ଓ ଜନଜାତି – ଚାଉଳ (ସ୍ଵୋଚ୍ଛାସେବୀ ଅନୁଷ୍ଟାନ ପରିଚାଳିତ): କ୍ଵି. ୩୫.୬୦
- ଏସ.କେ ଅଏଲ (ନୀଳରଙ୍ଗୀ କିରାସିନି ତେଲ):୮୫୮ କିଲୋ ଲିଟର
- ମୋଟ ଅନୁସୂଚୀତ ଜାତି ଓ ଜନଜାତି ଅନ୍ତେବାସୀ-୩୫୨୮ ଜଣ (୧୮ ଟି ଛାତ୍ରା ବାସ)ଙ୍କୁ ପ୍ରତି ଅନ୍ତେବାସୀଙ୍କ ପିଛା୧୫ କି.ଗ୍ରା. ଓ କି.ଗ୍ରା. ପିଛା ୧ ଟଙ୍କା ହିସାବରେ
- ସମାଜ ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ଅନୁଷ୍ଠାନ ଅନ୍ତେବାସୀ : ୧୧୨ଜଣ (୧ ଟି ଅନୁଷ୍ଠାନ) ଙ୍କୁ ପ୍ରତି ଅନ୍ତେବାସୀଙ୍କ ପିଛା ୧୫କି.ଗ୍ରା. ଓ କି.ଗ୍ରା. ପିଛା ଟ୫.୬୫ ହିସାବରେ
- ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସମୁଦାୟ ଅନୁଷ୍ଠାନ – ୩୯ ଟି ( ୧ ଟି ଅନୁଷ୍ଠାନ) ଙ୍କୁ ପ୍ରତି ଅନ୍ତେବାସୀଙ୍କ ପିଛା୧୫ କି.ଗ୍ରା. ଓ କି.ଗ୍ରା. ପିଛା ୧ ଟଙ୍କା ହିସାବରେ
ଜିଲ୍ଲା ଯୋଗାଣ ଉପବିଭାଗ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଉପରୋକ୍ତ ଲିଖିତ ଅନୁଷ୍ଠାନ ଜରିଆରେ ଜିଲ୍ଲାର ୧୪ ଗୋଟି ବ୍ଲକ ଓ ୪ ଟି ସହରାଞ୍ଚଳରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଯଥା ଚାଉଳ,ଗହମ,କିରାସିନିର ସୁଗମ ବଣ୍ଟନ ପାଇଁ ଗୁରୂତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
କେନ୍ଦ୍ରୀୟ ତଦାରଖ ଅଧିକାରୀଙ୍କ ଦ୍ଵାରା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ -୨୦୧୩ ଅଧୀନରେ
କି.ଗ୍ରା ପିଛା ୧ ଟଙ୍କା କରି ବିନିଯୋଗ ପ୍ରମାଣପତ୍ର ଜିଲ୍ଲାର ସହକାରୀ ଯୋଗାଣ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ, ମାର୍କେଟିଂ ଇନସ୍ପେକ୍ଟର, ବ୍ଲକ ଯୋଗାଣ ଅଧିକାରୀମାନେ ବିବରଣୀ ପ୍ରଦାନ କରିଛନ୍ତି ଯେ କି.ଗ୍ରା. ପ୍ରତି ୧ ଟଙ୍କା ହିସାବରେ ଚାଉଳ ଏବଂ ନିର୍ଦ୍ଧାରିତ ଦରରେ ଗହମ ଓ କିରାସିନି ତେଲ ପ୍ରତ୍ୟେକ ଖୁଚୁରା ଦୋକାନୀ ସ୍ତରରେ କେନ୍ଦ୍ରୀୟ ତଦାରଖ ଅଧିକାରୀଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ସେହି ସବୁ ସାମଗ୍ରୀ ଲୋକମାନଙ୍କୁ ଠିକ ଭାବରେ ବଣ୍ଟନ କରାଯିବ ଓ ଉପଯୁକ୍ତ ଭାବରେ ବ୍ୟବହୁତ ହେବ ପରିପ୍ରେକ୍ଷୀରେ ଇ.ପି.ଏସ.ଓ(ଏଲେକ୍ଟ୍ରୋନିକ୍ସ ପଏଣ୍ଟ ଅଫ ସର୍ଭିସ) ଡିଜିଟାଇଜେସନ ଯନ୍ତ୍ର (ଆଙ୍ଗୁଳି ଛାପ ଉପକରଣ) ମାଧ୍ୟମ ଅବଲମ୍ବନ କରାଯାଉଛି ।
ସାଧାରଣ ଯୋଗାଣ ବ୍ୟବସ୍ଥା
ଅନ୍ନପୂର୍ଣ୍ଣା ଯୋଜନା
୨୦୦୦ମସିହା ଅପ୍ରେଲ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି । ଏହା ଶତ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା । ସରକାରୀ ନିୟମ ଅନୁଯାୟୀ ନିରାଶ୍ରୟ ୬୫ ବର୍ଷରୁ ଉର୍ଦ୍ଧ ହିତାଧିକାରୀ ଅନ୍ନପୂର୍ଣା ଚାଉଳ ପାଇବାକୁ ଯୋଗ୍ୟ । ସରକାରୀ ଧାର୍ଯ୍ୟ ମୁତାବକ ଜିଲ୍ଲାରେ ୧୩୧୧ ଦଶ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ହିତାଧିକାରୀମାନଙ୍କୁ କାର୍ଡ ପିଛା ୧୦ କି.ଗ୍ରା. ଚାଉଳ ମାଗଣାରେ ଦିଆଯାଉଛି । ଏ କାଳରେ ମାସକ ଆବଣ୍ଟନ ହେଉଛି ୧୩୧.୧୦ କ୍ଵିଣ୍ଟାଲ ।
ଜାତୀୟ ଖାଦ୍ୟ ନିରାପତ୍ତା ଆଇନ-୨୦୧୩ ଅଧିନରେ ଅନ୍ତୋଦୟ ଯୋଜନା
ଏହି ଯୋଜନା ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ସେପ୍ଟେମ୍ବର-୨୦୧୧ରେ ଆରମ୍ଭ କରଯାଇଥିଲା । ଅଧୁନା ଜିଲ୍ଲାରେ ୧୫୭୧୬୧ ହିତାଧିକାରୀ ୪୮୫୬୦ଟି ଅନ୍ତୋଦୟ ଯୋଜନା କାର୍ଡ ଦ୍ଵାରା ଉପକୃତ ହେଉଛନ୍ତି । ପ୍ରତି ହିତାଧିକାରୀଙ୍କୁ ୩୫୨ କି.ଗ୍ରା ଲେଖାଏଁ ଚାଉଳ କେଜି ପ୍ରତି ୧ ଟଙ୍କା ହିସାବରେ ସରକାର ଦ୍ଵାରା ନିର୍ଦ୍ଧାରିତ ତାରିଖରେ ପ୍ରତି ମାସରେ ବଣ୍ଟନ କରାଯାଉଛି । ଜିଲ୍ଲାର ମାସିକ ଆବଣ୍ଟନ କୋଟା କ୍ଵି ୧୬୯୯୬.୦୦ ।
ଜାତୀୟ ଖାଦ୍ୟ ନିରାପତ୍ତା ଆଇନ-୨୦୧୩ ଅଧିନରେ ଅଗ୍ରାଧିକାର ପରିବାର (ପି.ଏଚ.ଏଚ)
ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଠାରୁ ଅଗ୍ରାଧିକାର ପରିବାର (ପି.ଏଚ.ଏଚ). ଯୋଜନାରେ ଏପ୍ରିଲ-୨୦୧୮ଠାରୁ ଜିଲ୍ଲା ପାଇଁ ୪୪୮୨୦୫ କାର୍ଡଧାରିଙ୍କ ଜରିଆରେ ୧୬୦୭୯୫୯ ଲୋକ ଉପକୃତ ହେବ ନିମନ୍ତେ ଅନୁଦାନ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଛି । ହିତାଧିକାରୀଙ୍କୁ ପରିବାର ପିଛା ୫ କେଜି ଚାଉଳ କିମ୍ବା ଗହମ କିମ୍ବା ଉଭୟ କେଜି ପ୍ରତି ୧ ଟଙ୍କା ଦରରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ତାରିଖରେ ପ୍ରତି ମାସରେ ଯୋଗାଇ ଦିଆଯାଉଛି । ନଭେମ୍ବର ମାସ ପାଇଁ କ୍ଵି ୫୪,୯୪୪.୯୫ ଚାଉଳ ଓ ଗହମ ଆବଣ୍ଟନ କ୍ଵି ୨୫,୪୫୩,୦୦ ସମୟ ସମୟରେ ସରକାର ଦୁଇମାସ ପାଇଁ ଚାଉଳ ଓ ଗହମ ହିତାଧିକାରୀମାନଙ୍କ ପାଇଁ ଯୋଗାଇଥାନ୍ତି ।
ଏସ.କେ.ଅଏଲ.(ନୀଳ ରଂଗ କିରାସିନି ତେଲ)
ପ୍ରତି ପରିବାର ପ୍ରତି ୧.୭୩୦ ମି.ଲି. ହିସାବରେ ସରକାର ଜିଲ୍ଲାକୁ ୮୫୮ କିଲୋଲିଟର ନୀଳରଙ୍ଗଯୁକ୍ତ କିରାସିନି ତେଲ ବଣ୍ଟନ ପାଇଁ ଯୋଗାଇଛନ୍ତି ଏବଂ ତଦନୁଯାୟୀ ୮୫୮ କିଲୋଲିଟର ତେଲ ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦକୁ ବଣ୍ଟନ କରାଯାଇଛି ।
ଏସ.ସି./ଏସ.ଟି. ଛାତ୍ରାବାସକୁ ଚାଉଳ ଯୋଗାଣ
୫୨୯.୨୦ କ୍ଵିଣ୍ଟାଲ ଚାଉଳ ସରକାର ମାସିକ ୩୫୨୮ ଜଣ ଅନ୍ତେବାସୀଙ୍କୁ, ଅନୁସୂଚିତ ଜାତି ଜନଜାତି ଛାତ୍ରାବାସଗୁଡ଼ିକ ପାଇଁ ଜଣ ପିଛା ୧୫ କି.ଗ୍ରା.ହିସାବରେ କେଜି ପ୍ରତି ୧ ଟଙ୍କା କରି ଯୋଗାଇ ଦିଆଯାଇଛି । ତଦନୁଯାୟୀ ଏହି ୫୨୯.୨୦ କ୍ଵିଣ୍ଟାଲ ଆବଣ୍ଟନଜିଲ୍ଲାରେ ଥିବା ୧୮ ଟି ଅନୁଷ୍ଠାନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତଦାରଖରେ ଯୋଗାଣ ପାଇଁ ଯୋଗାଇ ଦିଆଯାଇଛି ।
ୱେଲଫେୟାର ସଂସ୍ଥାମାନଙ୍କୁ ଚାଉଳ ଯୋଗାଣ
୧୬.୮୦ କ୍ଵିଣ୍ଟାଲ ଚାଉଳ ସରକାରଙ୍କ ତରଫରୁ ଜିଲ୍ଲାରେ ଥିବା ୧୧୨ ଟି ୱେଲଫେୟାର ସଂସ୍ଥା-ଯଥା ଅନାଥ,ନିରାଶ୍ରୟ,ବୃଦ୍ଧାଶ୍ରମରେ ରହୁଥିବା ଅନ୍ତୋବାସୀଙ୍କୁ, ୧୫ କି.ଗ୍ରା. କରି ୧୧୨ ଜଣଙ୍କୁ କି.ଗ୍ରା. ଟ ୫.୬୫ ହିସାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ/ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ /ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ଵାବଧାନରେ ପ୍ରତିମାସରେ ଯୋଗାଇ ଦିଆଯାଉଛି ।
ସ୍ଵେଛାସେବୀ ସଂସ୍ଥା ଦ୍ଵାରା ପରିଚାଳିତ ଏସ.ସି./ଏସ.ଟି ଛାତ୍ରାବାସକୁ ଚାଉଳ ଯୋଗାଣ
୧୦୬.୮୦ କ୍ଵି. ଚାଉଳ ସରକାରଙ୍କ ତରଫରୁ ୭୧୨ ଜଣ ଅନ୍ତୋବାସୀଙ୍କୁ ୪ ଗୋଟି ସ୍ଵେଚ୍ଛାସେବୀ ସଂସ୍ଥା ଦ୍ଵାରା ପରିଚାଳିତ ଏସ.ସି./ଏସ.ଟି ଛାତ୍ରାବାସକୁ ପ୍ରତି ଅନ୍ତୋବାସୀ ପିଛା ୧୫ କି.ଗ୍ରା କରି ଏବଂ କେଜି ପ୍ରତି ଟ ୫.୬୫ ହିସାବରେ ଯୋଗାଇ ଦିଆଯାଉଛି। ତଦନୁଯାୟୀ ଜିଲ୍ଲାର ଏହି ୪ ଗୋଟି ସଂସ୍ଥାକୁ ମାସ ପ୍ରତି ୧୦୬.୮୦ କ୍ଵି. କରି ଚାଉଳ ଯୋଗାଇ ଦିଆଯାଉଛି ।